ଖିୁବ ଶୀଘ୍ର ଆସିବ ଜନସଂଖ୍ୟା ନିୟନ୍ତ୍ରଣ ଆଇନ : କେନ୍ଦ୍ର ମନ୍ତ୍ରୀ

ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବେ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏକଥା କହିଛନ୍ତି। ଏ ସଂପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ଏହା ଖୁବଶୀଘ୍ର ଅଣାଯିବ, ବ୍ୟସ୍ତ ହୁଅ ନାହିଁ। କେନ୍ଦ୍ର ସରକାର ଯଦି ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇପାରୁଛନ୍ତି, ତେବେ ଅନ୍ୟ ନିଷ୍ପତ୍ତି ଗୁଡ଼ିକ ବି ନିଆଯିବ। ଗତ ସପ୍ତାହରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସପକ୍ଷରେ ମତ ଦେଇଥିଲେ। ଏମଏନଏସ ନେତା ରାଜଠାକରେଙ୍କୁ ସମର୍ଥନ କରି ସେ ଏକଥା କହିଥିଲେ। ଦେଶରେ ଆମେ ଦୁଇ-ଆମର ଦୁଇ ନୀତି ଲାଗୁ ହେବା ଉଚିତ। ଏପରି ଏକ ଆଇନ ଆସିଲେ ମୁସଲମାନ ସଂପ୍ରଦାୟର ଲୋକମାନେ ତାହାର ବିରୋଧ କରିବା ଉଚିତ ନୁହେଁ, କାରଣ ଏହା ସହ ଧର୍ମର କୌଣସି ସଂପର୍କ ନାହିଁ ବୋଲି ସେ କହିଥିଲେ। ଦେଶରେ କିଛିଟା ସମାନ ଆଇନ ରହିବା ଉଚିତ ବୋଲି ମଧ୍ୟ ସେ କହିଥିଲେ। ଏହା ପୂର୍ବରୁ ଏମଏନଏସ ନେତା ରାଜ ଠାକରେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ।

Share Now:

Kalinga News Beuro

Next Post

ଭଦ୍ରକ ମେଡିକାଲରେ ଅଭାବନୀୟ ଘଟଣା : ଆମ୍ବୁଲାନ୍ସ ମାଡିଯାଇ ଜଣେ ମୃତ, ୮ ଗୁରୁତର

Wed Jun 1 , 2022
ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି ଘଟିଯାଇଛି ଏକ ବଡ଼ ଅଘଟଣ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ହସ୍ପିଟାଲ ଡ୍ୟୁଟିରେ ଥିବା ବୋଲେରୋ ଷ୍ଟାର୍ଟ କରୁ କରୁ ମାଡ଼ିଯାଇଥିବା ଜଣାପଡିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି। […]
ମାଡ଼ିଗଲା ଆମ୍ବୁଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial