ହରିୟାଣାରେ ପାନିପଥ ରିଫାଇନାରି ପକ୍ଷରୁ ବୃହତ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ପାନିପଥ ରିଫାଇନାରି ପକ୍ଷରୁ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ହସ୍ପିଟାଲ୍‌କୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ : ଧର୍ମେନ୍ଦ୍ର

ହରିୟାଣା : କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥଠାରେ ଇଣ୍ଡିଆନ ଅଏଲ୍‌ ରିଫାଇନାରି ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଣ୍ଟର ତଥା ଗୁରୁ ତେଜ୍ ବାହାଦୂର ସଞ୍ଜିବନୀ ହସ୍ପିଟାଲ୍‌ ଲୋକାର୍ପିତ ହୋଇଯାଇଛି। ରବିବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‌ଙ୍କ ଉପସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଞ୍ଜିବନୀ ହସ୍ପିଟାଲ୍‌ରେ ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ଅକ୍ସିଜେନ୍ ଯୋଗାଯିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଅଏଲ ମାଗଣାରେ ଏହି ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବ। ପାନିପଥ ରିଫାଇନାରିର ଏମ୍‌ଇଜି ପ୍ଲାଣ୍ଟ ସହ ସଂଯୋଗ ହୋଇଥିବା ଏକ ଷ୍ଟିଲ୍ ପାଇପ୍‌ଲାଇନ୍‌ ସାହଯ୍ୟରେ ଅକ୍ସିଜେନ୍‌ ଯୋଗାଯିବ। ଏହି ସୁବିଧା ହରିୟାଣାର ପାନିପଥ, ସୋନିପଥ, କର୍ଣ୍ଣଲ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ କୋଭିଡ୍‌ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟକ ହେବ। ସେହିପରି ପାନିପଥର କୋଭିଡ୍‌ କେୟାର ସେଣ୍ଟର୍‌ରେ ନିୟୋଜିତ ଡାକ୍ତରମାନଙ୍କ ପାଇଁ ମଧ୍ୟ ନିକଟବର୍ତ୍ତୀ ହୋଟେଲରେ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଆଗାମୀ ୬ ମାସ ପାଇଁ ୫୦ଟି ରୁମର ବ୍ୟବସ୍ଥା କରାଯାଇଛି। ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ସମୁଖୀନ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ସମୟରେ ବିଦେଶରୁ ଭାରତ ସରକାରଙ୍କ ଦ୍ୱାରା ୧୩ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆମଦାନୀ କରାଯାଉଛି। ଉପସାଗରୀୟ ଦେଶସମୂହ ତଥା ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଦେଶକୁ ଲିକୁଇଡ୍‌ ମେଡିକାଲ ଅକ୍ସିଜେନ୍‌ ଆସୁଛି। କେବଳ ଅକ୍ସିଜେନ୍‌, ଭେଣ୍ଟିଲେଟର, ବେଡ୍ ତଥା ମେଡିକାଲ ଭିତ୍ତିଭୂମି ନୁହେଁ ବରଂ ଔଷଧ, ଟିକା ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

Share Now:

Kalinga News Beuro

Next Post

ମହାମାରୀ ପାଇଁ ଆଜି ସର୍ବଦଳୀୟ ବୈଠକ

Mon May 17 , 2021
ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ଭୁବନେଶ୍ବର : ରାଜ୍ୟରେ ଦେଖାଦେଇଥିବା କରୋନା ମହାମାରୀର ପ୍ରକୋପକୁ ନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ। ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ […]
ମହାମାରୀ ପାଇଁ ଆଜି ସର୍ବଦଳୀୟ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial