ସରକାର ଆଣିବେ ଜନବିଶ୍ୱାସ ବିଲ : ଅପରାଧ ତାଲିକାରୁ ହଟିବ ୩୪୦୦ଟି ଅପରାଧ

ସରକାର ଆଣିବେ ଜନବିଶ୍ବାସ ବିଲ୍

ନୂଆଦିଲ୍ଲୀ : ୨୦ ତାରିଖରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତ ଚଳାଇଛନ୍ତି। ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ସର୍ଭିସ, ଡାଟା ପ୍ରୋଟେକ୍ସନ, ଜନ ବିଶ୍ୱାସ, ଫରେଷ୍ଟ କଞ୍ଜରଭେସନ ଏବଂ ଅନ୍ୟାନ୍ୟ ଅନେକ ବିଲ୍ ଏହି ଅଧିବେଶନରେ ଆଗତ ହେବାର ସମ୍ଭାବନା ରହିଛି, ଯାହାକୁ ବିରୋଧୀ ମାନେ ଦୀର୍ଘ ଦିନ ଧରି ବିରୋଧ କରି ଆସୁଛନ୍ତି। ଜନ ବିଶ୍ୱାସ ବିଲ୍ ୨୦୨୨ରେ ୪୨ଟି ଆଇନର ୧୮୧ଟି ବ୍ୟବସ୍ଥାରେ ସଂଶୋଧନ କରିବା ସହ ଅପରାଧିକ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁଗ୍ମ କମିଟିକୁ ପଠାଯିବା ପୂର୍ବରୁ ସଂସଦର ଗତ ଅଧିବେଶନରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ଦେଶରେ ଏପରି ଅନେକ ଆଇନ ଅଛି ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି, ଯେଉଁଥିପାଇଁ ଅନେକ ସମୟରେ ବ୍ୟକ୍ତିବିଶେଷଙ୍କୁ ନ୍ୟାୟପାଳିକାର ଦ୍ୱାରସ୍ଥ ହେବାକୁ ପଡ଼ିଥାଏ। ସେ ମନ୍ତବ୍ୟ ଦେଇଥିଲେ ଯେ ଏହି ପ୍ରସ୍ତାବିତ ଆଇନରେ ଥିବା ପୁରୁଣା ବ୍ୟବସ୍ଥାଗୁଡ଼ିକୁ ଉଚ୍ଛେଦ କରିବା ଅଦାଲତ ଉପରେ ବୋଝ ହ୍ରାସ କରିବାରେ ସହାୟକ ହେବ। ଜନବିଶ୍ୱାସ ବିଲର ପ୍ରସ୍ତାବ ଅନୁସାରେ ପ୍ରାୟ ୩୪୦୦ଟି ସାମାନ୍ୟ ଧରଣର ବେଆଇନ କାର୍ଯ୍ୟକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯିବ ଓ କେବଳ ଜୋରିମନା ବ୍ୟବସ୍ଥା କରାଯିବ। ଏସବୁ ଅପରାଧର ଏକ ବଡ଼ ଭାଗ ମୁଖ୍ୟତଃ ଶିଳ୍ପ, ବ୍ୟବସାୟ, ସହ ସଂପର୍କିତ।

Share Now:

Kalinga News Beuro

Next Post

ଜମିରେ ପାଣି ମଡ଼େଇବାକୁ ଯାଇ ପୋଖରୀରେ ବୁଡ଼ି ଗଲେ ଯୁବକ

Sun Jul 16 , 2023
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବୁରୁଜା ଗ୍ରାମରେ ଜଣେ ଡ୍ରାଇଭର ନିଜ ଜମିରେ ପାଣି ମଡ଼େଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଛନ୍ତି। ମୃତ ବ୍ୟକ୍ତି ହେଲେ ରାମକୃଷ୍ଣ ମାଝୀ (୩୦)। ସୂଚନା ଅନୁସାରେ ରାମକୃଷ୍ଣ ରବିବାର ଦିନ ସକାଳ ୬ ଟାରେ ନିଜ ପୁତୁରା ସହ ଘର ଠାରୁ ୧କିଲୋମିଟର ଦୂରରେ ଥିବା ନିଜ ଜମିରେ ପାଣି ମଡ଼େଇବା ପାଇଁ ବାହାରିଥିଲେ। ତେବେ କିଛି ସମୟ ପରେ […]
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial