ବିହାରରେ ରାଜନୈତିକ ଅଚଳାବସ୍ଥା : ଲାଲୁଙ୍କ ଫୋନ ଉଠାଉ ନାହାନ୍ତି ନୀତୀଶ

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେବାର ସମ୍ଭାବନା ମଧ୍ୟରେ ସରକାର ବଞ୍ଚାଇବାକୁ ଚେଷ୍ଟା ଚଳାଇଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)। କିନ୍ତୁ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁଥିଲେ ବି ନୀତୀଶ ଉଠାଉନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଦୁଇ ଦଳ ମଧ୍ୟରେ ବିଭେଦ ବହୁତ ବଢିଗଲାଣି। ସୂତ୍ରରୁ ପ୍ରକାଶ ଯେ ଲାଲୁ ଯାଦବ ଶୁକ୍ରବାର ସନ୍ଧ୍ୟାରେ ନୀତୀଶଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନକୁ ଆସିନଥିଲେ। ୨୦୧୭ରେ ନୀତୀଶ କୁମାର ମେଣ୍ଟରୁ ଅଲଗା ହେବା ପରେ ନୀତୀଶ କୁମାର ଶେଷ ମୁହୂର୍ତ୍ତରେ ଲାଲୁ ଯାଦବଙ୍କୁ ଫୋନ କରିଥିଲେ। ନୀତୀଶ କୁମାର କହିଥିଲେ, “ତୁମ ସହ ଆମର ସହବନ୍ଧନ ଏହି ପର୍ଯ୍ୟନ୍ତ ଥିଲା, ଏବେ ଆମେ ବିଦାୟ ନେଉଛୁ। ତୁମ ସହିତ କାମ କରିବା ବହୁତ ଭଲ ଥିଲା।“
ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବାସଭବନରେ ଆରଜେଡି ନେତାଙ୍କ ଏକ ବୈଠକ ଡକାଯାଇଥିଲା, ଯାହା ଶେଷ ହୋଇଛି। ଜାନୁଆରୀ ୨୮ରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଡାକିଛି, ଯାହା ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ବାସଭବନରେ ଅନୁଷ୍ଠିତ ହେବ। ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନ ପହଞ୍ଚିବାରୁ ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଦୂରତା ଆହୁରି ଖରାପ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ଦଳର ମାତ୍ର ଜଣେ ନେତା ଆଲୋକ କୁମାର ମେହେଟ୍ଟା ଆସି ଅଧାରୁ ଚାଲିଯାଇଥିଲେ।

Share Now:

Kalinga News Beuro

Next Post

୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

Fri Jan 26 , 2024
ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍‌ ଅଫିସର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial