ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ଏଥିସହ ରାଜନାଥ ଦାର୍ଜିଂଲିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଛନ୍ତି। ଉପସ୍ଥିତ ସେନା ଅଧିକାରୀମାନଙ୍କ ଠାରୁ ଶସ୍ତ୍ରଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ବର୍ଡର ରୋଡସ୍‌ ଅର୍ଗାନାଇଜେସନ ପକ୍ଷରୁ ନୂଆ ରାସ୍ତାର ଉଦଘାଟନ କରିଛନ୍ତି। ଚୀନ ସୀମାନ୍ତ ସିକିମରେ ଶସ୍ତ୍ରପୂଜା କରି ପ୍ରତିପକ୍ଷକୁ ଏକ ଆହ୍ୱାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ- ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଆସୁଛି। କିନ୍ତୁ କୌଣସି ପରିସ୍ଥିତିରେ ଆମର ଇଞ୍ଚେ ଜମିକୁ ଯେପରି କେହି ନେଇ ନ ପାରିବେ ସେ ନେଇ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି ବୋଲି ରାଜନାଥ ସିଂ କହିଛନ୍ତି।

Share Now:

Kalinga News Beuro

Next Post

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

Sun Oct 25 , 2020
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି। ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ […]
ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial