ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି। ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ବୟସ ୩୬ ବର୍ଷ। ଲକ୍ଷ୍ନୌର ସୁଶାନ୍ତ ଗଲ୍ପ ସିଟିରେ ଥିବା ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ କହିଛି।

ଜଏଣ୍ଟ କମିସନର ଅଫ୍ ପୋଲିସ( ଆଇନ ଶୃଙ୍ଖଳା) ନବୀନ ଆରୋରା କହିଛନ୍ତି ଯେ, ଶନିବାର ସକାଳ ୧୧ଟା ବେଳେ ପୁଷ୍ପା ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଘଟଣାରେ ସୁଇସାଇଡ ନୋଟ ଜବତ ହୋଇନାହିଁ ବୋଲି ଡିସିପି ଚାରୁ ନିଗମ କହିଛନ୍ତି। ମୃତ ମହିଳାଙ୍କ ପରିବାରକୁ ଏହି ଘଟଣା ସଂପର୍କରେ ଜଣାଇଦିଆଯାଇଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ସାମ୍ବାଦିକତା ନାମରେ କଳଙ୍କ : ଖବର ପ୍ରସାରଣର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ

Mon Oct 26 , 2020
ଅଭିଯୋଗ ପରେ ୬ ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ ଭୁବନେଶ୍ୱର: ଖବର ପ୍ରସାରଣ କରିଦେବାର ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ୬ ଜଣଙ୍କୁ ଗିରଫ୍ କରିଛି କମିସନରେଟ ପୁଲିସ। ଏକ ଘିଅ କମ୍ପାନିର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନିର ମାଲିକ ଅଭିଯୋଗ କରିବା ପରେ କମିସନରେଟ୍ ପୁଲିସ ଭୁବନେଶ୍ୱରରୁ ୫ ଜଣ […]
ସାମ୍ବାଦିକତା ନାମରେ କଳଙ୍କ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial