ରାଜଧାନୀରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ବୁତ୍ତ

ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ମୃତ ଯୁବକ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ (୨୨ ବର୍ଷ)। ତାଙ୍କୁ କିଏ କାହିଁକି ହତ୍ୟା କଲା ଏବଂ ପରେ ପୋଡ଼ି ଦେଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ଯିବ। ଏଣେ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଇନଫୋସିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ଏବେ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୁଲିସ। ସୁଇସାଇଡ ନୋଟକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପୁଲିସ ପଠାଇବ ବୋଲି ଜଣାଯାଇଛି। ଏଣେ ଅବିନାଶଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୁଲିସ।

Share Now:

Kalinga News Beuro

Next Post

ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ

Fri May 20 , 2022
ମୁମ୍ବାଇ: ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ)ର ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଦୁଇ ସହଯୋଗୀ ଆରିଫ ଅବୁବାକର ଶେଖ ଏବଂ ତା’ ଭାଇ ଶବ୍ଦୀର ଅବୁବାକର ଶେଖଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପଳାତକ ଅଣ୍ଡରୱାର୍ଲ୍‌ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ଡି-କମ୍ପାନିର ବେଆଇନ କାର୍ଯ୍ୟକଳାପ ଏବଂ ଆର୍ଥିକ କାରବାର ପରିଚାଳନା ଅଭିଯୋଗରେ ଏମାନଙ୍କୁ ଗିରଫ କରା ଯାଇଥିଲା। ଏନଆଇଏ ଦୁଇ ଗିରଫ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ବିଚାରପତି […]
ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial