ନାବାଳିକା ସହିତ ଦୁଷ୍କର୍ମ କଲା ଯୁବକ : ଫାଶୀଦେଇ ମଲା ଅନ୍ତଃସତ୍ତ୍ୱା ବାଳିକା

ଥାନେ: ଦୁଷ୍କର୍ମ କରି ଜଣେ ୧୭ ବର୍ଷୀୟ ବାଳିକାକୁ ଅନ୍ତଃସତ୍ତ୍ୱା କରିବା ଓ ତାକୁ ଜୀବନ ହାରିବା ପାଇଁ ବିବଶ କରିଥିବା ଜଣେ ୨୩ ବର୍ଷିୟ ଯୁବକଙ୍କୁ ମୁମ୍ବାଇ ଉପନଗରୀରୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି। ନଗରୀ ଗୋବନ୍ଦୀ ଅଞ୍ଚଳରୁ ଗିରଫ କରିଥିବା କଥା ନୟି ମୁମ୍ବାଇ ଅନ୍ତର୍ଗତ କୋପାର୍‌ଖୈରେନ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି।
ଅଭିଯୁକ୍ତଙ୍କ ନାଁରେ ‘ଆଇପିସି’ ଧାରା ୩୦୫, ୩୭୬ ଏବଂ ‌‘ପୋକ୍‌ସୋ’ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କଥା ସେ କହିଛନ୍ତି। ଅଭିଯୋଗକାରିଣୀ କହିଛନ୍ତି, ନାବାଳିକା ବୋଲି ଜାଣି ସୁଦ୍ଧା ଅଭିଯୁକ୍ତ ତା’ ସହିତ ମିତ୍ରତା କରି ବାରମ୍ବାର ଦୁଷ୍କର୍ମ କରିବାରୁ ସେ ଅନ୍ତଃସତ୍ତ୍ୱା ହୋଇଥିଲା। ଏଥିରେ ବିବ୍ରତ ହୋଇ ନଭେମ୍ବର ୨୮ ତାରିଖ ଦିନ ଘର ଭିତରପଟ ଛାତରେ ଫାଶୀ ଦେଇ ଝିଅ ଜୀବନ ହାରିଥିଲା। ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

Share Now:

Kalinga News Beuro

Next Post

ଉତ୍ତର କୋରିଆର ଧମକ : ଆମେରିକାର ‘ସ୍ପାଏ ସାଟେଲାଇଟ୍‌’କୁ ନଷ୍ଟ କରିଦେବୁ

Sat Dec 2 , 2023
ସିଓଲ୍‌: ଯଦି ୱାସିଂଟନ୍‌ ଉତ୍ତର କୋରିଆର ମହାକାଶ ସମ୍ବଳ ଉପରେ ଆକ୍ରମଣ କରେ, ତେବେ ଆମେରିକାର ‘ସ୍ପାଏ ସାଟେଲାଇଟ୍‌’ ଗୁଡ଼ିକୁ ଧ୍ୱଂସ କରିଦେବୁ ବୋଲି ଆଜି ଉତ୍ତର କୋରିଆ ସାବଧାନ କରାଇ ଦେଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତର କୋରିଆ ଆକାଶକୁ ଛାଡ଼ିଥିବା ପ୍ରଥମ ‘ମିଲ୍‌ଟାରି ଆଇ’କୁ (ଗୁପ୍ତଚର ସାଟେଲାଇଟ୍‌) ମହାକାଶ ସମ୍ବଳ ବୋଲି କହିଛି। ଆମେରିକାର ଏତାଦୃଶ କାର୍ଯ୍ୟକୁ ଯୁଦ୍ଧଘୋଷଣା ଭାବେ ବିବେଚନା କରାଯିବ ବୋଲି ଉତ୍ତର କୋରିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial