ଉତ୍ତର କୋରିଆର ଧମକ : ଆମେରିକାର ‘ସ୍ପାଏ ସାଟେଲାଇଟ୍‌’କୁ ନଷ୍ଟ କରିଦେବୁ

ସିଓଲ୍‌: ଯଦି ୱାସିଂଟନ୍‌ ଉତ୍ତର କୋରିଆର ମହାକାଶ ସମ୍ବଳ ଉପରେ ଆକ୍ରମଣ କରେ, ତେବେ ଆମେରିକାର ‘ସ୍ପାଏ ସାଟେଲାଇଟ୍‌’ ଗୁଡ଼ିକୁ ଧ୍ୱଂସ କରିଦେବୁ ବୋଲି ଆଜି ଉତ୍ତର କୋରିଆ ସାବଧାନ କରାଇ ଦେଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତର କୋରିଆ ଆକାଶକୁ ଛାଡ଼ିଥିବା ପ୍ରଥମ ‘ମିଲ୍‌ଟାରି ଆଇ’କୁ (ଗୁପ୍ତଚର ସାଟେଲାଇଟ୍‌) ମହାକାଶ ସମ୍ବଳ ବୋଲି କହିଛି। ଆମେରିକାର ଏତାଦୃଶ କାର୍ଯ୍ୟକୁ ଯୁଦ୍ଧଘୋଷଣା ଭାବେ ବିବେଚନା କରାଯିବ ବୋଲି ଉତ୍ତର କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିବା କଥା ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ କହିଛି।
ଉଲ୍ଲେଖଯୋଗ୍ୟ, ଅନେକ ପ୍ରକାରର ଓଲଟପାଲଟ ପଦ୍ଧତି ପ୍ରୟୋଗ କରି ୱାସିଂଟନ୍‌ ମହାକାଶରେ ପ୍ରତିକୂଳ ବାତାବରଣ ଓ ପ୍ରତିଦ୍ୱନ୍ଦିତା ସୃଷ୍ଟି କରୁଥିବା ସାମଗ୍ରୀକୁ ପ୍ରତିହତ କରିପାରିବ ବୋଲି ଆମେରିକାର ଜଣେ ସରକାରୀ ଅଧିକାରୀ ବିବୃତି ଦେବା ପରେ ଉତ୍ତର କୋରିଆ ଉପରୋକ୍ତ ଟିପ୍ପଣୀ ଦେଇଛି। ନଭେମ୍ବର ଶେଷ ଭାଗରେ ଉତ୍ତର କୋରିଆ ସଫଳତାର ସହିତ ପ୍ରେରଣ କରିଥିବା ‘ସ୍ପାଏ ସାଟେଲାଇଟ୍‌’କୁ ଉଦ୍ଦେଶ୍ୟ କରି ଆମେରିକୀୟ ଅଧିକାରୀଜଣକ ଏକଥା କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପିୟୋଙ୍ଗ୍ୟାଙ୍ଗ୍‌ ଧମକ ଦେଇ କହିଛି ଯେ, ଯଦି ୱାସିଂଟନ୍‌ ଉତ୍ତର କୋରିଆର ସୀମା ଲଙ୍ଘିବାକୁ ଚେଷ୍ଟା କରେ, ତେବେ ଆମେରିକୀୟ ‘ସ୍ପାଏ ସାଟେଲାଇଟ୍‌’ ଗୁଡ଼ିକୁ ସେ ନଷ୍ଟ କରିଦେବ।

Share Now:

Kalinga News Beuro

Next Post

ନୂଆପଡ଼ାରେ ପୁଣି ମାଓ ବ୍ୟାନର : ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କଲେ ମାଓବାଦୀ

Sat Dec 2 , 2023
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କିଛି ମାସ ବ୍ୟବଧାନ ପରେ ପୁଣି ମାଓବାଦୀମାନେ ଖୁଲମଖୁଲା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତରାତ୍ରିରେ ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର ୭କିମି ଦୂର ସାରାବଙ୍ଗ ଗାଁର ୪ଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସୂଚନାଥାଉ ଯେ ଡିସେମ୍ବର ୨ତାରିଖ ରୁ ୮ ତାରିଖ ଯାଏ ମାଓବାଦୀମାନେ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial