କ୍ଷମତାକୁ ଫେରୁ ଫେରୁ ତାଲିବାନର ଡ୍ରଗ୍ସ ଚୋରା ଚାଲାଣ ଆରମ୍ଭ

ଡ୍ରଗ୍ସ ଚୋରା ଚାଲାଣ

ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରୁ ଫେରୁ ତାଲିବାନ ନିଜର ପୁରୁଣା ବ୍ୟବସାୟ ଆରମ୍ଭ କରିଦେଲାଣି। ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି। ପୂର୍ବର ଅସରଫ ଗନି ସରକାରରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। କିନ୍ତୁ ଡ୍ରଗ୍ସ ଚୋରା କାରବାର ତାଲିବାନର ମୁଖ୍ୟ ଆୟସ୍ରୋତ ହୋଇଥିବାରୁ ତାଲିବାନ ଏହାକୁ ପୁଣି ଆରମ୍ଭ କରିଦେଇଛି। ଗତ ସପ୍ତାହରେ ଭାରତର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରେ ଏସବୁ ହେରୋଇନକୁ ଚିହ୍ନଟ କରାଯାଇଥିଲା। ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ପାକିସ୍ତାନ ଦେଇ ଆସିଥିବା ଜଣାପଡ଼ିଛି। ଭାରତର କେନ୍ଦ୍ରୀୟ ପରୀକ୍ଷାଗାରରେ କରାଯାଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ ଏସବୁ ହେରୋଇନ ଅତି ଉଚ୍ଚ ମାନର। କାନ୍ଦାହାର ତାଲିବାନର ଗଡ଼ ହୋଇଥିବାରୁ ଏତେ ବଡ଼ ପରିମାଣର ହେରୋଇନ ତାଲିବାନ ହିଁ ପଠାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ସଂପୃକ୍ତ ଥିବା କୁହାଯାଉଛି। ଏହି ମାମଲାରେ ଦିଲ୍ଲୀରେ ଥିବା କିଛି ଆଫଗାନ ନାଗରିକଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି।

Share Now:

Kalinga News Beuro

Next Post

ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ : ୨ ହତ୍ୟାକାରୀ ଗିରଫ

Tue Sep 21 , 2021
ନୂଆପଡା: ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲୁହାଛଡ଼ ଏବଂ କୁରାଢ଼ୀରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ […]
ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial