ଦେଶ ବିଭାଜନର ୭୨ ବର୍ଷ ପରେ ପଞ୍ଜାବ ପ୍ରଦେଶରେ ଶିଖ୍‌ ଭକ୍ତମାନଙ୍କ ପାଇଁ ଐତିହାସିକ ଗୁରୁଦ୍ୱାର ଖୋଲିଲା ପାକିସ୍ତାନ

ଲାହୋର: ଦେଶ ବିଭାଜନ ହେବାର ୭୨ ବର୍ଷ ପରେ ଶୁକ୍ରବାର ଦିନ ପାକିସ୍ତାନ ଭାରତୀୟଙ୍କ ସମେତ ସମସ୍ତ ଶିଖ୍‌ ଭକ୍ତମାନଙ୍କ ନିମନ୍ତେ ପଞ୍ଜାବ ପ୍ରଦେଶରେ ଥିବା ଐତିହାସିକ ଗୁରୁଦ୍ୱାର ଚୌଓ୍ଵା ସାହିବ୍‌ର ଦ୍ୱାର ଉନ୍ମୁକ୍ତ କରିଛି। ନଭେମ୍ବର ମାସରେ ପଡୁଥିବା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ପାକିସ୍ତାନ ଏଭଳି ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି। ସେ ଅଞ୍ଚଳରୁ ଶିଖ୍‌ ସମ୍ପ୍ରଦାୟ ଚାଲି ଆସିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ଝେଲମ୍‌ ଜିଲ୍ଲା ଅନ୍ତର୍ଗତ ସେ ଗୁରୁଦ୍ୱାରଟି ୧୯୪୭ ମସିହା ଠାରୁ ବନ୍ଦ ତଥା ଅବହେଳିତ ଅବସ୍ଥାରେ ପଡ଼ିଥିଲା। କେତେଜଣ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଶିଖ୍‌ ସମ୍ପ୍ରଦାୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗୁରୁଦ୍ୱାର ଚୌଓ୍ଵା ସାହିବକୁ ପୁଣି ଥରେ ଖୋଲାଯାଇଛି। ଶିଖ୍‌ ସମ୍ପ୍ରଦାୟର ସଦସ୍ୟମାନଙ୍କ ପ୍ରାର୍ଥନା ଏବଂ କୀର୍ତ୍ତନ ପ୍ରଦର୍ଶନ ମଧ୍ୟରେ ଉତ୍ସବ ଆରମ୍ଭ ହୋଇଥିଲା।
ଏବେ ସେ ଗୁରୁଦ୍ୱାରଟିର ସଂରକ୍ଷଣ କାର୍ଯ୍ୟ ଚାଲିଛି।
ମହାରାଜା ରଣଜିତ ସିଂହଙ୍କ ପ୍ରଦତ୍ତ ସହାୟତାରେ ଗୁରୁଦ୍ୱାରଟି ୧୮୩୪ ମସିହାରେ ପୂର୍ଣ୍ଣାଙ୍ଗ ହୋଇଥିଲା। ବିଶ୍ୱାସ କରାଯାଏ ନିକଟବର୍ତ୍ତୀ ତିଲ୍ଲା ଜୋଗିଆନ୍‌ ମନ୍ଦିରୁ ଫେରିବା ବାଟରେ ଏହି ସ୍ଥାନରେ ରହିଥିଲେ। ସେ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ଉପୁଜିଥିଲା।
ଗୁରୁ ନାନକ ତାଙ୍କ ବାଡ଼ିରେ ମାଟିକୁ ଆଘାତ କରି ଗୋଟାଏ ପଥର ହଟାଇ ଦେବାରୁ ସେହିସ୍ଥାନରୁ ଏକ ପ୍ରାକୃତି ଜଳ ସ୍ରୋତ ବା ଚୌଆ ବାହାରିଥିଲା।

Share Now:

Kalinga News Beuro

Leave a Reply

Next Post

ସମ୍ପ୍‌ରେ ପଶି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଦାୟୀ କିଏ?

Sat Aug 3 , 2019
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ରାସ୍ତାରେ ଏକ ନିର୍ମାଣାଧୀନ ଘରର ପାଣି ସମ୍ପରେ ପଶି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା। ଅକାଳରେ ଝଡ଼ିଗଲା ୩ଟି ଜୀବନ। ପେଟ ଚାଖଣ୍ଡକ ପାଇଁ ସେମାନେ ଧାଇଁ ଆସିଥିଲେ ପଡ଼ୋଶୀ ରାଜ୍ୟରୁ ଆମ ରାଜଧାନୀକୁ। ଠିକା ଶ୍ରମିକ ଭାବେ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ରାଜଧାନୀ ପାଇଁ ସେମାନେ ସଂପୂର୍ଣ୍ଣ ଭାବେ ନୂଆ, କାରଣ ମାତ୍ର ୩ ସପ୍ତାହ ହେବ ସେମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial