ଆଣବିକ ଏବଂ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଥିବା କଥା କହିଲା ଉତ୍ତର କୋରିଆ

ସିଓଲ: ଆଣବିକ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିବା ସହ ଆଣବିକ ପରୀକ୍ଷଣ ସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା କଥା ଶନିବାର ଦିନ ଉତ୍ତର କୋରିଆ କହିଛି। ପାୟୋଙ୍ଗ୍ୟାଙ୍ଗ୍‌, ସିଓଲ୍‌ ଏବଂ ଓ୍ଵାସିଂଟନ୍‌ ମଧ୍ୟରେ ଆଣବିକ ବୁଝାମଣାର ଏକ ନୂତନ ପର୍ଯ୍ୟାୟ ସ୍ୱାକ୍ଷର ହେବା ପୂର୍ବରୁ ଏ ଭଳି ଘୋଷଣା କରାଯାଇଥିଲେ ମଧ୍ୟ ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ନିର୍ମାଣ ବନ୍ଦ ରଖିବ କି, ନାହିଁ ତାହା ସ୍ପଷ୍ଟ କରିନାହିଁ। କ୍ରମାଗତ ଅନେକ ପାରମାଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ପରେ ଗତ ନଭେମ୍ବର ମାସରେ ଉତ୍ତର କୋରିଆର ଆଣବିକ ଶକ୍ତି ଉପରେ ଆସ୍ଥା ପ୍ରକଟ କରି ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଘୋଷଣା କରିଥିଲେ କି, ତାଙ୍କର ପରୀକ୍ଷା ଶେଷ ହୋଇଛି। କେତେକ ସମୀକ୍ଷକଙ୍କ ବିଶ୍ୱାସ ଯେ ନିଜ ସାମର୍ଥ୍ୟ ସ୍ତର ଆଧାରରେ କିମ୍‌ ବୁଝାମଣା କରିବାକୁ ଯାଉଛନ୍ତି, କିନ୍ତୁ ଅସ୍ତ୍ରଶସ୍ତ୍ରରେ ଉଲ୍ଲେଖଯୋଗ୍ୟ ହ୍ରାସ କରିବା ପ୍ରସ୍ତାବ ସେ ଗ୍ରହଣ କରିବେ ନାହିଁ। ଦକ୍ଷିଣ କୋରିଆ ଏବଂ ଆମେରିକାର ଅଧିକାରୀମାନେ କହୁଛନ୍ତି ଯେ କଠୋର କଟକଣା ଯୋଗୁଁ ଭାଙ୍ଗି ପଡ଼ିଥିବା ଅର୍ଥନୀତିକୁ ରକ୍ଷା କରିବାକୁ ଚାହୁଁଛନ୍ତି କିମ୍‌। ଶନିବାର ଦିନ ପରୀକ୍ଷା ସଂକ୍ରାନ୍ତ ଘୋଷଣା ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି କହିଛନ୍ତି: ଏଇଟା ଉତ୍ତର କୋରିଆ ଏବଂ ବିଶ୍ୱ ପାଇଁ ସୁସମ୍ବାଦ ଏବଂ ବଡ଼ ଅଗ୍ରଗତି! ସେ ଆହୁରି ମଧ୍ୟ କହିଛନ୍ତି କି, କିମ୍‌ଙ୍କ ସହ ଶିଖର ବୈଠକକୁ ସେ ଚାହିଁ ବସିଛନ୍ତି।ଉତ୍ତର କୋରିଆର ରାଷ୍ଟ୍ରାୟାତ କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି କହିଛି ଯେ ବାଣିଜ୍ୟ ଏବଂ ଅର୍ଥନୀତିର ଉନ୍ନତି ପାଇଁ ଦେଶ ଏ ଭଳି ପଦକ୍ଷେପ ନିଆଯାଇଛି।କୋରୀୟ ଉପଦ୍ୱୀପରେ ଶାନ୍ତି ସ୍ଥାପନ ସହ ଆଞ୍ଚଳିକ ପଡ଼ୋଶୀ ଏବଂ ଆନ୍ତର୍ଜାତିକ ସମୁଦାୟ ସହ ସକ୍ରିୟ ଅଂଶ ଗ୍ରହଣ କରି ଉତ୍ତର କୋରିଆ ତା’ର ଅର୍ଥନୀତି ନିର୍ମାଣ କରିବାକୁ ପଣ କରିଛି।

Share Now:

Kalinga News Beuro

Leave a Reply

Next Post

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

Sat Apr 21 , 2018
କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧସଭା ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ତରଫରୁ ଏପ୍ରିଲ ୨୧ ତାରିଖ, ଶନିବାର ସଂଧ୍ୟା ୬ଟାରେ କଟକର ସାରଳା ଭବନରେ ଅନୁଷ୍ଠିତ ହେବ। ଏହି ସଭାରେ ପ୍ରଖ୍ୟାତ କବି ପଦ୍ମବିଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି, ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନନୀୟ ଅତିଥି ଏବଂ ‘ବିଜିନେସ୍‌ ଓ୍ଵାର୍ଲଡ୍‌’ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial