କାବୁଲ : ରୁଷ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ, ୮ ମୃତ

ରୁଷ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ

କାବୁଲ : କାବୁଲରେ ଥିବା ରୁଷୀୟ ଦୂତାବାସ ଆଗରେ ସୋମବାରଦିନ ଏକ ବଡ଼ ଧରଣର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ଦୂତାବାସ କର୍ମଚାରୀ ଥିଲେ ବୋଲି ରୁଷୀୟ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି କହିଛି। ତେବେ ମୃତ କର୍ମଚାରୀମାନେ କିଏ କିମ୍ବା ସେମାନେ କିପରି ମରିଛନ୍ତି ସେନେଇ ରୁଷର ବିଦେଶ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ। ଏହାପୂର୍ବରୁ, ଆରଆଇ ନୋଭୋଷ୍ଟି ଅଜ୍ଞାତ ସୂତ୍ରକୁ ଦର୍ଶାଇ କହଥିଲା ଯେ ଏହି ବିସ୍ଫୋରଣ ଯୋଗୁଁ ୧୫-୨୦ ଜଣ ମୃତାହତ ହୋଇଛନ୍ତି। ଦୂତାବାସ ବାହାରେ ଭିସା ଆଶାୟୀ ଲୋକମାନଙ୍କ ନାଁ ଡାକିବାକୁ ରୁଷର ଜଣେ କର୍ମଚାରୀ ବାହାରକୁ ଆସିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ପୋଲିସ କହିଛି ଯେ ଆକ୍ରମଣକାରୀ ଦୂତାବାସ ଫାଟକ ନିକଟରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ। ଏହି ଆକ୍ରମଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ଆତଙ୍କବାଦୀ ସଂଗଠନ ତଥା ତାଲିବାନର ବିରୋଧୀ ଆଇଏସର ହାତ ଥିବା ସନ୍ଦେହ କରାଯାଉଛି। ରୁଷ ଦୂତାବାସଟି କାବୁଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ଦାରୁଲ୍ ଉଲୁମ ଅଞ୍ଚଳରେ ହୋଇଥିବାରୁ ତାଲିବାନର ଚିନ୍ତା ବଢିଯାଇଛି।

Share Now:

Kalinga News Beuro

Next Post

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା : ୭ ପରେ ପୁଣିଥରେ ସକ୍ରିୟ ହେବ ମୌସୁମୀ

Mon Sep 5 , 2022
ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲାଗି ପାଇଁ […]
ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial