ପାକିସ୍ତାନ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳାଙ୍କ ନାମାଙ୍କନପତ୍ର ଦାଖଲ

ଇସଲାମାବାଦ: ପାକିସ୍ତାନ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ହିନ୍ଦୁ ମହିଳା ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି। ଖାଇବର-ପଖତୁନଖ୍ବା ପ୍ରଦେଶର ବୁନେର ପ୍ରାଦେଶିକ ନିର୍ବାଚନରେ ଡା ସାବେରା ପ୍ରକାଶ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାବେରା ପ୍ରକାଶ(୨୫) ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି। ସାବେରାଙ୍କ ପିତା ଓମ୍‌ ପ୍ରକାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପିକେ-୨୫ ନିର୍ବାଚନମଣ୍ଡଳୀର ସାଧାରଣବର୍ଗ ଆସନ ନିମନ୍ତେ ସେ ପାକିସ୍ତାନ ପିପୁଲ୍‌ସ ପାର୍ଟି ପକ୍ଷରୁ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳର ଆଞ୍ଚଳିକ‌ ନେତ୍ରୀ ତଥା ସିନେଟର ରୁବିନା ଖାଲିଦଙ୍କ ପରାମର୍ଶରେ ସେ ଏହି ନିର୍ବାଚନରେ ଠିଆ ହୋଇଛନ୍ତି ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Fri Dec 29 , 2023
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମାଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial