ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ଆଫଗାନ ରାଷ୍ଟ୍ରପତି ଭବନ

ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ଆଫଗାନ ରାଷ୍ଟ୍ରପତି ଭବନ

କାବୁଲ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ତାଲିବାନ ପକ୍ଷରୁ ରାଷ୍ଟ୍ରପତି ଭବନକୁ ନିଜ ଅଧିକାରକୁ ନିଆଯାଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି। ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି। ଏହା ସହିତ ସେମାନେ ଖାଲି ହୋଇଯାଇଥିବା ଥାନା ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବେ। ତେବେ ସାଧାରଣ ଲୋକେ ଆତଙ୍କିତ ନହେବାକୁ ସେ କହିଛନ୍ତି। ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି। ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ। କିନ୍ତୁ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ।

Share Now:

Kalinga News Beuro

Next Post

ଯନ୍ତ୍ରଣା ଦେଉଛି ଜାଇକା : ନୀଳାଦ୍ରିବିହାରରେ ରାସ୍ତାଘାଟ ଶୋଚନୀୟ, ଲୁଚୁଛନ୍ତି ଜାଇକା ଯନ୍ତ୍ରୀ

Mon Aug 16 , 2021
କଟକ : ସିଏମସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାର ଅଞ୍ଚଳରେ ଜାଇକାର ବେପରୱା କାର୍ଯ୍ୟ ପାଇଁ ଜନଅସନ୍ତୋଷ ଦେଖା ଦେଇଛି। ଏହି ଅଞ୍ଚଳରେ ୬ ମାସ ହେବ ଜାଇକା ପକ୍ଷରୁ କରାଯାଉଥିବା ସ୍ବେରେଜ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। କଂକ୍ରିଟ ରାସ୍ତାକୁ ଖୋଳି ଜାଇକା ଛାଡି ଦେଇଛି। ରାସ୍ତା ତଳ ଦେଇ ଯାଇଥିବା କେତେକ ଘରର ଡ୍ରେନ୍ ପାଇପ ଜାଇକା କାର୍ଯ୍ୟ ବେଳେ ଭାଙ୍ଗି ଦିଆଯାଇଛି। ଆଉ କେତେକ […]
ନୀଳାଦ୍ରିବିହାରରେ ଜାଇକା ଯନ୍ତ୍ରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial