ଚୀନକୁ ପ୍ରଶଂସାକଲେ ମୋଦି: କହିଲେ ବିଦେଶରେ ଦେଶୀ ଗୀତ ଶୁଣି ଭଲ ଲାଗିଲା

ବେଜିଙ୍ଗ : ଚୀନର ଉହାନ ସହରରେ ଗତ ଦୁଇ ଦିନ ରହି ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଅନଔପଚାରିକ ବୈଠକ ପାଇଁ ସେ ଚୀନ ଗସ୍ତ କରିଥିଲେ। ସେଠାରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଧନା ମିଳିଥିଲା। ଅତିଥି ସତ୍କାର କରିବାରେ କୌଣସି ପ୍ରକାରର ଆଭାବ ରଖିନଥିଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଉହାନର ଇଷ୍ଟ ଲେକ୍‌ ନିକଟରେ ଚା’ର ଚର୍ଚ୍ଚାଠୁ ଆରମ୍ଭ କରି ବଲିଉଡ୍‌ ଗୀତର ପରିବେଷଣ ପର୍ଯ୍ୟନ୍ତ ସବୁକିଛିର ବନ୍ଦୋବସ୍ତ ହୋଇଥିଲା ମୋଦିଙ୍କ ପାଇଁ। ଯାହାକୁ ନେଇ ମୋଦି ଆଜି ଭାରତ ଫେରି ଚୀନର ପ୍ରଶଂସା କରିଥିଲେ।

ଚୀନରେ ମୋଦିଙ୍କ ପାଇଁ ଯେଉଁସବୁ ଆୟୋଜନ ହୋଇଥିଲା ସେଥିରୁ ଗୋଟେ ଜିନିଷ ମୋଦିଙ୍କ ହୃଦୟକୁ ବେଶ୍‌ ଛୁଇଁ ପାରିଥିଲା। ଉହାନ ସହରରେ ଥିବା ହୁବେଇ ମ୍ୟୁଜିୟମରେ ଏକ ଇଭେଣ୍ଟରେ ମୋଦିଙ୍କ ପାଇଁ ବଲିଉଡ୍‌ ଗୀତରେ ନୃତ ପରିବେଷଣ କରାଯାଇଥିଲା। ସେ ବିଲଉଡ୍‌ ଗୀତଟି ଥିଲା “ତୁ ହେ ୱହୀ ଦିଲ୍‌ନେ ଜିଶେ ଅପନା କାହା”। ୧୯୮୨ରେ ‘ଏ ୱାଦା ରାହା’ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଗାଇଥିଲେ ଆଶା ଭୋସଲେ।

ବିଦେଶ ମାଟିରେ ବଲିଉଡ୍‌ ଗୀତ ଶୁଣି ମୋଦି ଅତି ଆନନ୍ଦିତ ହୋଇଯାଇଥିଲେ। ଚୀନରେ ଭାରତର କଳା ଓ ସଂସ୍କୃତିର କ୍ରେଜ୍‌ ଦେଖି ସେ ଏକ ପ୍ରକାର ଅଭିଭୂତ ହୋଇପଡିଥିଲେ।ସେହିପରି ଆଶାଙ୍କର ଏହି ଗୀତ ଚୀନବାସୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବାରୁ ସେ ଖୁବ୍‌ ଖୁସିଅଛନ୍ତି। ଏଥିପାଇଁ ଆଶା ଟ୍ୱିଟ୍‌ କରି ଚୀନବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଳିଙ୍ଗନଗର କେ-୮ରେ ଜନ ଅସନ୍ତୋଷ

Sun Apr 29 , 2018
ଖଣ୍ଡଗିରି : କଳିଙ୍ଗନଗର କେ-୮ ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଅଧିବାସୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଭଲ ରାସ୍ତା ନାହିଁ। ସ୍ୱେରେଜ୍‌ ବ୍ୟବସ୍ଥା ନାହିଁ। କମ୍ୟୁନିଟି ହଲ୍‌ ନାହିଁ। କଲ୍ୟାଣ ମଣ୍ଡପ ନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ନାହିଁ। ପାର୍କ ନାହିଁ। ଆଇନ ଶୃଙ୍ଖଳା ପାଇଁ ପୁଲିସ ବ୍ୟବସ୍ଥା ବି ନାହିଁ। କେ-୮ ବିଡିଏର ବୈମାତୃକ ମନୋଭାବର ଶିକାର ହୋଇଆସୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial