ମେକ୍ସିକୋ ବିମାନ ଦୁର୍ଘଟଣାରେ ପ୍ରାୟ ୮୦ ଯାତ୍ରୀ ଆହତ

ଡ୍ୟୁରାଙ୍ଗୋ/ମେକ୍ସିକୋ: ଉତ୍ତର ମେକ୍ସିକୋରେ କୁଆପଥର ବୃଷ୍ଟି ସମୟରେ ଉଡ଼ାଣ ଆରମ୍ଭ କରିଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଅାଁ ଲାଗିଯିବାରୁ ଗୁଡ଼ାଏ ଲୋକ ଆହତ ହୋଇଛନ୍ତି ବୋଲି ସମ୍ପୃକ୍ତ ଏୟାର୍‌ଲାଇନ୍‌ ଓ ଯାତ୍ରୀମାନେ ମଙ୍ଗଳବାର ଦିନ କହିଛନ୍ତି।
ଡ୍ୟୁରାଙ୍ଗୋ ରାଜ୍ୟପାଳ ଜୋସ୍‌ ରୋଜାସ୍‌ ମିଲେନିଓ ଟେଲିଭିଜନ୍‌ ଚାନେଲ୍‌କୁ କହିଛନ୍ତି, ଯାତ୍ରୀମାନେ କହିଲେ କି, ଅଦ୍ଭୁତ ଢଙ୍ଗରେ ବିମାନ ଆକାଶକୁ ଉଠିବା ସମୟରେ ଦୁର୍ଘଟଣା ଘଟିଲା। ଗୋଟାଏ ବିଲରେ ପଡ଼ି ଧୂସର ଧୂଅାଁରେ ଭରିଯାଇଥିବା ବିମାନରୁ ସାମାନ୍ୟ ଆହତ ହୋଇଥିବା ଥୋକେ କ ଲୋକେ ବାହାରି ଆସିଥିଲେ। ଆହତମାନଙ୍କ ସଂଖ୍ୟା ପ୍ରାୟ ୮୦ ହେବ ବୋଲି ଦେଖଣାହାରିମାନେ କହୁଛନ୍ତି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ୧୦୧ ଜଣ ଜୀବିତ ଅଛନ୍ତି। ୯୭ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚରୀ ବିମାନଟି ଅପରାହ୍ଣ ୪ଟା ସମୟରେ ଡ୍ୟୁରାଙ୍ଗୋରୁ ରାଜଧାନୀ ମେକ୍ସିକୋ ସିଟି ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଦେଶର ପରିବହନ ମନ୍ତ୍ରୀ ଜେରାର୍ଡୋ ରୁଇଜ୍‌ ଏସ୍‌ପାର୍ଜା ଟୁଇଟର୍‌ରେ କହିଛନ୍ତି। ଜରୁରୀକାଳୀନ ସେବା, ସେନା ଓ ରେଡ୍‌ କ୍ରସ୍‌ ଘଟଣାସ୍ଥଳରେ ଅଛନ୍ତି।
ଏରୋମେକ୍ସିକୋ କହିଛି କି, ସୂଚନା ଯାଞ୍ଚ ଓ ବିସ୍ତୃତ ବିବରଣୀ ଏକତ୍ର କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି।
ଦୁର୍ଘଟନାସ୍ଥଳର ପ୍ରଥମ ଫଟୋ ସାମାଜିକ ଗଣମାଧ୍ୟରେ ସେୟାର୍‌ ହୋଇଛି। ଆଂଶିକ ଜଳୁଥିବା ଏକ ବିମାନର ଛବି ମେକ୍ସିକୀୟ ଗଣମାଧ୍ୟମ ପ୍ରଦର୍ଶନ କରୁଛନ୍ତି। ମେକ୍ସିକୋର ରାଷ୍ଟ୍ରପତି ଏନ୍‌ରିକ୍ୟୁ ପେନା ନିଏଟୋ କହିଛନ୍ତି: ମୁଁ ପ୍ରାଥର୍ନା କରୁଛି ବିମାନ କର୍ମଚାରୀ ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥାଆନ୍ତୁ।

Share Now:

Kalinga News Beuro

Leave a Reply

Next Post

ୱେ ବ୍ରିଜ୍‌ ଅଡ଼ୁଆ ବଢ଼ୁଛି:ସଂଧ୍ୟାରେ ଉଠୁଛି ଅଳିଆ

Sun Aug 5 , 2018
ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ କରିବା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୬୫କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ପରିମଳ ବ୍ୟବସ୍ଥା ଦେଖିଲେ ଭୁବନେଶ୍ୱର ଭଳି ସହରରେ ଏତେ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଲାଗୁନି। କେଉଁଠି ଡଷ୍ଟବିନ୍‌ ନାହିଁ ତ କେଉଁଠି ଡଷ୍ଟବିନ୍‌ ଚାରିକଡ଼େ ଅଳିଆ ଗଦା ହୋଇ ରହିଛି। ଏପରିକି କେତେକ ସ୍ଥାନରୁ ସପ୍ତାହ ସପ୍ତାହ ଧରି ଅଳିଆ ଉଠୁନି। କେତେକ ସ୍ଥାନରେ ସଂଧ୍ୟାରେ ଅଳିଆ ଉଠୁଛି। ପରିମଳ […]

ଆହୁରି ପଢ଼ନ୍ତୁ