ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା : ୬୦୦ରୁ ଅଧିକ ବ୍ୟକ୍ତି ମୃତ, ୧.୩ ନିୟୁତ ବାସହରା

ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା-1

ଲାଗୋସ୍‌: ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ୬୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧.୩ ନିୟୁତ ଜନତା ବାସହରା ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଟୁଇଟର୍‌ରେ ପୋଷ୍ଟ୍‌ କରାଯାଇଥିବା ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ବିବୃତିରେ ଉଲ୍ଲେଖ ଅଛି ଯେ, ବନ୍ୟା ଯୋଗୁଁ ୧.୩ ନିୟୁତରୁ ଅଧିକ ଜନତା ଘରଦ୍ବାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍‌ ଫାରୋକ୍‌ କହିଛନ୍ତି, ଦୁଃଖର ବିଷୟ, ଆଜିକୁ ମିଶାଇ ୬୦୩ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ କହିବା ଅନୁସାରେ, ଅନେକ ଥର ସତର୍କ ସୂଚନା ଜାରି କରାଯିବା ସତ୍ତ୍ୱେ ଅଧିକାଂଶ ପ୍ରଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହେବାରୁ ଦେଶରେ ବନ୍ୟା ପରିସ୍ଥିତି ବେକାବୁ ହୋଇଗଲା। ଅଧିକ ବିପଦ ଥିବା ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଓ ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍ ଫାରୋକ୍‌ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ବର୍ଷାଋତୁରେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ସାମାନ୍ୟ ବନ୍ୟା ଆସୁଥିବା ବେଳେ ଏଥର ଆସିଥିବା ପ୍ରଳୟଙ୍କରୀ ବନ୍ୟା ୨୦୦,୦୦୦ରୁ ଅଧିକ ଘର ଓ ବ୍ୟାପକ ଚାଷଜମି ନଷ୍ଟ କରିଛି। ନାଇଜେରିଆର ୩୬ଟି ପ୍ରଦେଶରୁ ୨୭ଟି ପ୍ରଦେଶ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଚଳିତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବନ୍ୟା ଲାଗି ରହିବ ବୋଲି ‘ବିବିସି’ ରିପୋର୍ଟ କରିଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରବଳ ବର୍ଷା ଯୋଗୁଁ ଏଭଳି ଭୟଙ୍କର ବନ୍ୟା ଆସିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share Now:

Kalinga News Beuro

Next Post

ଧାମନଗର ଉପନିର୍ବାଚନ: ‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ

Mon Oct 17 , 2022
ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ […]
‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial