୫୦୦ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ୫୦୦ ଶିଶୁଙ୍କ ସମେତ ୯୦୦୦ ମୃତ

୫୦୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ

କିବ୍ : ଗତ ବର୍ଷ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି। ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକ ପ୍ରାଣ ହରାଇସାରିଲେଣି ଓ ଲକ୍ଷ ଲକ୍ଷ ଲୋକ ଆହତ, ବାସହୀନ, ଜୀବିକାହୀନ ହୋଇଯାଇଛନ୍ତି। ସବୁଠାରୁ ହୃଦୟ ବିଦାରକ କଥା ହେଉଛି ମୃତକଙ୍କ ମଧ୍ୟରେ ପ୍ରାୟ ୫୦୦ ଶିଶୁ ଅଛନ୍ତି। ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ହୋଇଥିବା ବେସାମରିକ କ୍ଷୟକ୍ଷତିକୁ ଜାତିସଂଘ ନିନ୍ଦା କରିଛି। ଜାତିସଂଘ କହିଛି ଯେ ଲଢ଼େଇ ୫୦୦ ଦିନରୁ ଅଧିକ ସମୟ ବିତିଗଲାଣି ଏବଂ ସଂଘର୍ଷର କୌଣସି ଅନ୍ତ ଦେଖାଯାଉନାହିଁ। ୟୁକ୍ରେନରେ ଜାତିସଂଘ ମାନବାଧିକାର ମନିଟରିଂ ମିଶନ (ଏଚଆରଏମଏମୟୁ) ଶୁକ୍ରବାର ଏକ ବିବୃତିରେ କହିଛି ଯେ ୨୦୨୨ ଫେବୃଆରୀ ୨୪ରେ ରୁଷିଆର ଆକ୍ରମଣ ପରେ ୫୦୦ ଶିଶୁଙ୍କ ସମେତ ୯୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜାତିସଂଘର ପ୍ରତିନିଧିମାନେ ପୂର୍ବରୁ କହିଥିଲେ। ଆକ୍ରମଣର ୫୦୦ ତମ ଦିନ ଅବସରରେ ଏଚ୍ଆରଏମଏମୟୁର ଉପମୁଖ୍ୟ ନୋଏଲ କାଲହୁନ ଏକ ବିବୃତିରେ କହିଛନ୍ତି ଯେ ଆଜି ଆମେ ଯୁଦ୍ଧର ଆଉ ଏକ ଗମ୍ଭୀର ମାଇଲଖୁଣ୍ଟ ଚିହ୍ନଟ କରିଛୁ, ଯାହା ୟୁକ୍ରେନର ନାଗରିକଙ୍କ ଉପରେ ଭୟଙ୍କର ପ୍ରଭାବ ପକାଉଛି। ୨୦୨୨ ତୁଳନାରେ ଚଳିତ ବର୍ଷ ହାରାହାରି ମୃତ୍ୟୁ ସଂଖ୍ୟା କମ୍ ଥିବା ବେଳେ ମେ ଓ ଜୁନ୍ ମାସରେ ଏହି ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି ବୋଲି ଏହି ସଂସ୍ଥା ଉଲ୍ଲେଖ କରିଛି।

Share Now:

Kalinga News Beuro

Next Post

ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରାଉଚରା ଜାରି

Sat Jul 8 , 2023
ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ଗତ ୫ ତାରିଖ ଠାରୁ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ଏକାଧିକ ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଶନିବାର ଚତୁର୍ଥ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି। ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ ଓ କର୍ମଚାରୀ ଚନ୍ଦ୍ରଶେଖର […]
ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରାଉଚରା ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial