କବରରୁ ସଦ୍ଦାମ ହୁସେନଙ୍କ ଶବ ଗାଏବ

ବାଗଦାଦ: ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କ ମୃତଦେହ ତାଙ୍କ କବରରୁ କିଏ କ ଗାଏବ କରି ନେଇଛିି। କବର ଭିତରେ ସଦ୍ଦାମ ହୁସେନଙ୍କ ଶବ ନ ଥିବା ଘଟଣା ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କୁ ଆମେରକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି ତାଙ୍କର କୋର୍ଟରେ ଶୁଣାଣି ହେବା ପରେ ତାଙ୍କୁ ଫାଶି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗତ ୨୦୦୬ ମସିହା ଡିସେମ୍ବର ୩୦ ତାରିଖ ଦିନ ସଦ୍ଦାମ ହୁସେନଙ୍କୁ ଫାଶି ଦିଆଯୋଇଥିଲାା। ଫାଶି ଯୋଗୁଁ ସଦ୍ଦାମ ହୁସେନଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁ ଆମେରିକା ସେନା ହେଲିକ୍ୟାପ୍ଟରରେ ନିଆଯାଇ ଇରାକର ଅଲ ଅବଜା ଠାରେ କବର ଦିଆଯାଇଥିଲା। ତେବେ ସଦ୍ଦାମ ହୁସେନଙ୍କ ଜଣେ ସମ୍ପର୍କୀୟ ଶେଖ୍‌ ମନଫ ଅଲୀ ଅଲ ନିଦା ଅଭିଯୋଗ କରିଛନ୍ତିି ଯେ ସଦ୍ଦାମ ହୁସେନଙ୍କ ମୃତଦେହ ତାଙ୍କ କବରରେ ନାର୍ହିଁ। କେହି ତାଙ୍କ ଶବକୁ କବରରୁ କାଢ଼ି ପୋଡ଼ିଦେଇଛି।

ସୂଚନାଯୋଗ୍ୟ ଯେ ସଦ୍ଦାମ ହୁସେନଙ୍କ କବରସ୍ଥଳ ଦେଖିବା ପାଇଁ ପ୍ରତ୍ୟେହ ଅଲ ଅବଜାରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା। ତେବେ ଏହି କବର ନଷ୍ଟ ହେବା ଓ ସେଥିରୁ ସ୍ୱେଚ୍ଛାଚାରୀ ସଦ୍ଦାମ ହୁସେନ୍‌ର ଶବ ଗାଏବ ହେବା ଘଟଣା ନେଇ ସେଠାରେ ମୂତୟନ ସୁରକ୍ଷା କର୍ମୀମାନେ କହିଛନ୍ତି ଯେ ଆଇଏସ ଆକ୍ରମଣ ଯୋଗୁଁ ସଦ୍ଦାମ ହୁସେନଙ୍କ କବର କ୍ଷତିଗ୍ରସ୍ତ ହୋଇଛି।

Share Now:

Kalinga News Beuro

Leave a Reply

Next Post

ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡିଲେ ଦୁଇ କ୍ୟାଡର ମାଓବାଦୀ

Tue Apr 17 , 2018
ଅନୁଗୋଳ: ଅନୁଗୋଳ ଏସ୍‌ପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ କ୍ୟାଡର ମାଓବାଦୀ ହେଲେ ଦୟାନନ୍ଦ ଏବଂ ଜଲି ଦେହୁରୀ। ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେକ୍ସନ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଜଲି ସହ ପ୍ରେମ ସମ୍ପର୍କ କାରଣରୁ ଦୟାନନ୍ଦକୁ ବିରୋଧ କରାଯିବାରୁ ଉଭୟେ ମାଓ ସଂଗଠନ ଛାଡ଼ିଥିବା କହିଛନ୍ତି। Share […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial