ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣା : ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ମୃତ୍ୟୁ

କିବ୍: ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସର ମୁଖ୍ୟ ଇଗୋର କ୍ଲେମେଙ୍କୋ କହିଛନ୍ତି ଯେ, ଘଟଣାଟି ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ଘଟିଛି। ବର୍ତ୍ତମାନ ସମୁଦାୟ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ଶିଶୁ ଓ କିଛି କର୍ମଚାରୀ ରହିଛନ୍ତି। ବ୍ରୋବେରୀ, କିବ୍ ସହରର ଉତ୍ତର-ପୂର୍ବ ଦିଗର ପ୍ରାୟ ୨୦କିଲୋମିଟର ଦୂରରେ ଅବସ୍ଥିତ। ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଷ ଏବଂ ୟୁକ୍ରେନ ସୈନ୍ୟବାହିନୀ, ବ୍ରୋବେରୀକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼ିଥିଲେ। ତେ‌ବେ ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ରୁଷ ଓ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ପାଇଁ ହେଲା କି ରୁଷର ଆକ୍ରମଣ ପାଇଁ ହେଲା, ତାହା ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Next Post

ଗାଡ଼ି ସୋ-ରୁମ୍ ମାଲିକଙ୍କୁ ଚୁନା ଲଗାଇଲେ ମହିଳା ପୁଲିସ୍‌

Wed Jan 18 , 2023
ମାଲିକାନା ପରିବର୍ତ୍ତନ ନକରି ଜବରଦସ୍ତି ନେଇଗଲେ ଗାଡି ବଲାଙ୍ଗୀର: ପୁଲିସ କର୍ମଚାରୀଙ୍କ ଗାଡ଼ି କିଣି ହଟହଟା ହେଲେ ସୋ-ରୁମ୍ ମାଲିକ। ବଲାଙ୍ଗିରରେ ଏକ ସୋରୁମ୍ କରି ପୁରୁଣା ଗାଡ଼ି କିଣାବିକା କରୁଥିବା ତୁଷୁରାର ଅନୀଲ ମହାପତ୍ର ବରଗଡ଼ର ତତ୍କାଳୀନ ପୁଲିସ କର୍ମଚାରୀ ସ୍ମିତାରାଣୀ ଦାସଙ୍କର ଏକ ସ୍କର୍ପିଓ ଗାଡ଼ି ୯ଲକ୍ଷ ୬୫ ହଜାର ଟଙ୍କାରେ କିଣିଥିଲେ। ଗାଡ଼ିଟିକୁ ବୌଦ୍ଧ ଜିଲ୍ଲା ଭୁତାପାଲିର ବ୍ରଜବନ୍ଧୁ ମହାନ୍ତିଙ୍କୁ ବିକ୍ରି କରିଥିଲେ। ତେବେ ଗାଡ଼ିର […]
ସୋ-ରୁମ୍ ମାଲିକଙ୍କୁ ଠକିଲେ ମହିଳା ପୁଲିସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial