ଆମେରିକା ରାସ୍ତାରେ ବ୍ରିଟେନ : ଆଭିମୁଖ୍ୟ ବଦଳାଇଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ବ୍ରିଟେନ ପ୍ରଧାନମନ୍ତ୍ରୀ

ଦରକାର ପଡ଼ିଲେ ତାଲିବାନକୁ ସାହାଯ୍ୟ କରିବ ବ୍ରିଟେନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବଢ଼ିବାରେ ଲାଗିଛି। ଦେଶର ପରିବର୍ତ୍ତିତ ସମୀକରଣ ସମଗ୍ର ବିଶ୍ୱର ରାଜନୀତିରେ ଗଭୀର ପ୍ରଭାବ ପକାଉଛି। ପ୍ରଶ୍ନ ଉଠୁଛି କେଉଁ ଦେଶ ତାଲିବାନ ସରକାରକୁ ସ୍ୱୀକୃତି ଦେବ? ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ତାଲିବାନ ସହ କାମ ମଧ୍ୟ କରାଯିବ। ବୋରିସ୍ ଜନସନ କହିଛନ୍ତି ଯେ, ଆଫଗାନିସ୍ତାନରେ ସ୍ଥାୟୀ ସମାଧାନ ଖୋଜିବା ପାଇଁ ଆମର ପ୍ରୟାସ ପ୍ରତ୍ୟେକ ସ୍ତରରେ ଜାରି ରହିବ। ଯଦି ଆବଶ୍ୟକ ହୁଏ ତାଲିବାନ ସହିତ ମଧ୍ୟ କାର୍ଯ୍ୟ କରାଯିବ। ଆଫଗାନିସ୍ତାନକୁ ଶକ୍ତିଶାଳୀ କରିବା ପାଇଁ ଏହା ଆମର ପ୍ରତିବଦ୍ଧତା। ବର୍ତ୍ତମାନ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ତାଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି। ଏଭଳି ହେଲେ ଆଗାମୀ ଦିନରେ ବ୍ରିଟେନ ଏକ ଚୁକ୍ତି କରିପାରେ ଏବଂ ତାଲିବାନ ସରକାରକୁ ମାନ୍ୟତା ଦେଇପାରେ।
ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନରେ ବ୍ରିଟେନର ଅନେକ ଲୋକ ଫସି ରହିଥିବାରୁ ବୋରିସ୍ ଜନସନ ଏଭଳି କହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବ୍ରିଟେନ ମଧ୍ୟ ଅନେକ ଦିନ ଧରି ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଚଳାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ବର୍ତ୍ତମାନ ବିମାନବନ୍ଦରରେ ସ୍ଥିତିରେ ସୁଧାର ଆସୁଛି। ଗତକାଲି ଆମେ ଏକ ହଜାର ଲୋକଙ୍କୁ ବାହାର କରିବାରେ ସକ୍ଷମ ହେଲୁ। ଏପରି ଅନେକ ଅଧିକାରୀ ମଧ୍ୟ ଅଛନ୍ତି ଯେଉଁମାନେ ବ୍ରିଟେନ ପାଇଁ ବହୁତ କିଛି କରିଛନ୍ତି, ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ। ଆମେ ଆଗାମୀ ଦିନରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତକରିବାକୁ ଯାଉଛୁ।

Share Now:

Kalinga News Beuro

Next Post

ରାଜନଗର ବ୍ଲକରେ ୨୨ଲକ୍ଷର ଭତ୍ତା ଦୁର୍ନୀତି

Sat Aug 21 , 2021
ପିଇଓ ଏବଂ ଜିଆରଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁପାରିସ କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ଚଳୁ କରି ଗୁଲନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଲ୍‌ ଯିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଏବେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ରୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭତ୍ତା ବାବଦକୁ ଉଠାଇଥିବା ପାଖାପାଖି ୨୨ଲକ୍ଷରୁ ଅଧିକ ଟଙ୍କା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ନ ବାଣ୍ଟି ହେରଫେର କରିଥିବା ଅଡିଟ୍‌ ଧରିଛି। କେବଳ […]
୨୨ଲକ୍ଷର ଭତ୍ତା ଦୁର୍ନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial