ବିଶେଷ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ସୁନକ ଓ ସ୍ତ୍ରୀ ଅକ୍ଷତା

ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ସୁନକ ଓ ସ୍ତ୍ରୀ ଅକ୍ଷତା-1

ଲଣ୍ଡନ: ଦୀପାବଳି ଉତ୍ସବ ଅବ୍ୟବହିତ ପୂର୍ବରୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇଂଲଣ୍ଡ ଓ ସମଗ୍ର ବିଶ୍ବରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ‘୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌’ରେ ଥିବା ଆବାସିକ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ହର୍ଷୋତ୍‌ଫୁଲ୍ଲିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହିତ ହିନ୍ଦୁ ସମ୍ପ୍ରଦାୟର ଅନେକ ଅତିଥି ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ପୋଷ୍ଟ୍‌ରେ ସୁନକଙ୍କ କାର୍ଯ୍ୟାଳୟ କହିଛି: ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି ପୂର୍ବରୁ ଆଜି ରାତିରେ ପ୍ରଧାନମନ୍ତ୍ରୀ ଋଷି ସୁନକ ହିନ୍ଦୁ ସମ୍ପ୍ରଦାୟଙ୍କୁ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌କୁ ସ୍ବାଗତ କରିଥିଲେ। ଏ ସପ୍ତାହାନ୍ତରେ ଦୀପାବଳି ପାଳନ କରୁଥିବା ଇଂଲଣ୍ଡ ଓ ସମଗ୍ର ବିଶ୍ବରେ ବାସ କରୁଥିବା ସମସ୍ତଙ୍କୁ ଶୁଭ ଦୀପାବଳି ଶୁଭେଚ୍ଛା।
ଏହି ପୋଷ୍ଟ୍‌ରେ ଆବାସିକ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ସୁନକ ଓ ସ୍ତ୍ରୀ ଅକ୍ଷତା ପାରମ୍ପରିକ ଦୀପ ପ୍ରଜ୍ଜ୍ବଳନ କରୁଥିବା ଫଟୋ ଏବଂ ଉତ୍ସବକାଳୀନ ଆଉ କିଛି ଫଟୋ ମଧ୍ୟ ସେୟାର୍‌ କରାଯାଇଛି। ଆଉ ଏକ ‌ଫଟୋରେ ଦେଖାଯାଉଛି ସୁନକ ହିନ୍ଦୁ ସମ୍ପ୍ରଦାୟ ଲୋକମାନଙ୍କ ସହିତ ଆଳାପ କରୁଛନ୍ତି। ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାର ସୁଯୋଗ ପାଇ ଥିବାରୁ କୃତ୍ୟ କୃତ୍ୟ ହୋଇଯାଉଥିବା ପରି ଦିଶୁଛନ୍ତି। ସୂଚନାଯୋଗ୍ୟ, ସାଉଥ୍‌ଆମ୍ପ୍‌ଟନ୍‌ରେ ଜନ୍ମ ହୋଇଥିବା ହିନ୍ଦୁ ଧର୍ମାବଲମ୍ବୀ ସୁନକଙ୍କର ପୂର୍ବଜ ଥିଲେ ପଞ୍ଜାବୀ। ସାଉଥ୍‌ଆମ୍ପ୍‌ଟନ୍‌ରେ ସେ ନିୟମିତ ଭାବେ ହିନ୍ଦୁ ମନ୍ଦିରକୁ ଦିଅଁ ଦର୍ଶନ କରିବାକୁ ଯାଆନ୍ତି। ସେପ୍ଟେମ୍ବର ମାସରେ ଭାରତରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସୁନକ ନୂଆଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ।

Share Now:

Kalinga News Beuro

Next Post

ଶ୍ରୀମନ୍ଦିରରେ ଠେଲାପେଲା : ୩୦ରୁ ଅଧିକ ଆହତ,ଜଣେ ହବିଷ୍ୟାଳି ଗୁରୁତର

Fri Nov 10 , 2023
ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳାଳତି ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳିଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି। ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳି ସେଣ୍ଟରରେ ଥିବା ଜଣେ ହବିଷ୍ୟାଳିଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଏଣେ ଆହତ ମହିଳାମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। […]
ଶ୍ରୀମନ୍ଦିରରେ ଠେଲାପେଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial