ଶରଧାବାଲିରେ ତିନି ଠାକୁର:ଆଜି ଆଡ଼ପ ମଣ୍ଡପ ବିଜେ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ଆଡ଼ପମଣ୍ଡପ ବିଜେର ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଯାଇଛି। କରୋନା କଟକଣା ପାଇଁ ଆସନ୍ତାକାଲି ସକାଳୁ ପହଣ୍ଡି ବିଜେ ପର୍ବ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଅପରାହ୍ନ ୨ଟା ଭିତରେ ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢ଼ା ବି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ବିନା ଭକ୍ତରେ ଜନ୍ମବେଦିରେ ୯ ଦିନ ରହିବେ ମହାପ୍ରଭୁ।

ସନ୍ଧ୍ୟା ଦର୍ଶନ ପାଇଁ ବି ଭକ୍ତମାନେ ଆତୁର ହୋଇଥାନ୍ତି। ଏଥର ସଂଧ୍ୟା ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିବେ। ସେପଟେ ପ୍ରତିବର୍ଷ ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ଏହି ଠାରେ ହିଁ ଅବଢ଼ା ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତ ବନ୍ଦ ରହିଥାଏ। ଆଡ଼ପ ଅବଢ଼ାର ସ୍ବାଦ ଭିନ୍ନ ଥିବାରୁ ଭକ୍ତମାନେ ଏହି ମହାପ୍ରସାଦକୁ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଚଳିତ ବର୍ଷ ଆଡ଼ପ ଅବଢ଼ା ମିଳିବାର ଥିଲେ ବି ପୂର୍ବଭଳି ଅଧିକ ପରିମାଣ ରନ୍ଧା ଉପରେ କଟକଣା ଲଗାଯାଇଛି।

Share Now:

Kalinga News Beuro

Next Post

ଚଳିତବର୍ଷ ପୁରୀ ରଥଯାତ୍ରା ସମୟରେ କିଛି ଘଟଣାବଳୀ

Wed Jun 24 , 2020
ଛେରାପହଁରା କଲେ ଗଜପତିପୁରୀ: ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିନଥି‌ଲେ। ତେବେ ଆଜି ତିନି ରଥରେ ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଏଥର ମାନ୍ୟବର ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଥିବାରୁ ‌ସେ ଛେରାପହଁରା କରିଛନ୍ତି। ମହାରାଜା କରୋନା କଟକଣା ମାନି ସମସ୍ତ କାର୍ଯ୍ୟ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହିତ ବଡ ପଟୁଆରେ ନ ଆସି ସର୍ବନିମ୍ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial