ଡେବ୍ୟୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ

ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ

ନୂଆଦିଲ୍ଲୀ: ଡେବ୍ୟୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ। ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଜୋସେଫ୍ ମନୁ ଜେମ୍ସଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କ ମାତ୍ର ୩୧ବର୍ଷ ବୟସ ହୋଇଥିଲା। ଫେବୃଆରୀ ୨୪ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରଥମ କରି ‌ସେ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ‘ନାନସୀ ରାନୀ’ ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ହେପାଟାଇଟିସ୍ ରୋଗରେ ପୀଡ଼ିତ ଥିବା ଜୋସେଫଙ୍କର କିଛି ଦିନ ହେବ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସା ହେବା ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ମିଳିଥିବା ସୂଚନା ମୁତାବକ, ସେ କେରଳର ଏର୍ନାକୁଲମ ଜିଲ୍ଲାର ଆଲୁଭା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଫିଲ୍ମ ‘ନାନସୀ ରାନୀ’ର ମୁଖ୍ୟ ଅଭିନେତ୍ରୀ ଆହ୍ୱାନ କ୍ରିଷ୍ଣା ଏବଂ ଅଭିନେତା ଅର୍ଜୁନ ଅଶୋକନ, ଇନଷ୍ଟା ପୋଷ୍ଟରେ ଜୋସେଫଙ୍କ ମୃତ୍ୟୁ ଖବର ଦେଇ ଶୋକପ୍ରକାଶ କରିଛନ୍ତି। ଆହାନା ଲେଖିଛନ୍ତି, “ଏଭଳି ହେବାର ନଥିଲା, ତୁମ ଆତ୍ମାକୁ ଶାନ୍ତି ମିଳୁ।”
‘ନାନସୀ ରାନୀ’ରେ ଅଭିନୟ କରିଥିବା ଅଭିନେତା ଅଜୁ ଭର୍ଗେସେ ନିର୍ଦ୍ଦେଶକଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଫଟୋ ସହ କ୍ୟାପସନରେ ସେ ଲେଖିଛନ୍ତି ଯେ “ଶୀଘ୍ର ଚାଲିଗଲ ଭାଇ”। ଉଲ୍ଲେଖଯୋଗ୍ୟ, ଜୋସେଫ ମନୁ ଜେମ୍ସ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ୨୦୦୪ରେ ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିଲେ। ସେ ସାବୁ ଜେମ୍ସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଇ ଆମ କ୍ୟୁରିୟସ’ରେ ଶିଶୁ କଳାକାର ଭାବରେ କାମ କରିଥିଲେ। ଜୋସେଫ ମନୁ ଜେମ୍ସ ମାଲାୟାଲମ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ‘ନାନସୀ ରାନୀ’ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ ଥିଲା। ତେବେ ଫେବୃଆରୀ ୨୪ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଫେବୃଆରୀ ୨୬ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

Share Now:

Kalinga News Beuro

Next Post

ରାଜଧାନୀ ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ : ମାତିଛନ୍ତି ଠକ

Mon Feb 27 , 2023
ଭୁବନେଶ୍ୱର: ରାଜଧାନୀରେ ଆପଣ ଜମି ଖଣ୍ଡେ କିଣିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଜମି କିଣିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରି କିଣନ୍ତୁ। ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରି ହିଁ ଜମି କିଣନ୍ତୁ। କାରଣ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆଜି ଜନସାଧାରଣଙ୍କୁ ସତର୍କ କରାଇଦେଇଛି। ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କୁହାଯାଇଛି ଯେ ଜମି ଠକେଇ […]
ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial