ରାଜଧାନୀ ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ : ମାତିଛନ୍ତି ଠକ

ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ

ଭୁବନେଶ୍ୱର: ରାଜଧାନୀରେ ଆପଣ ଜମି ଖଣ୍ଡେ କିଣିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଜମି କିଣିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରି କିଣନ୍ତୁ। ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରି ହିଁ ଜମି କିଣନ୍ତୁ। କାରଣ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆଜି ଜନସାଧାରଣଙ୍କୁ ସତର୍କ କରାଇଦେଇଛି। ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କୁହାଯାଇଛି ଯେ ଜମି ଠକେଇ ରାକେଟର କିଙ୍ଗପିନ ଧରାପଡିଛି। ଆଜି ମୁଖ୍ୟ ଅଭିଯୁକ୍ତ ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ଅନନ୍ତ ଚରଣ ପ୍ରଧାନଙ୍କୁ ଗିରଫ କରାଯାଇଛି। ପୂର୍ବରୁ ମମତା ପରିଡା, ସୁବୋଧ ପରିଡା, ହଳଧର ଦାସଙ୍କୁ ଗିରଫ କରିଥିବାବେଳେ, ତାଙ୍କ ପତ୍ନୀ ଦାମୟନ୍ତୀ ଦାସ ଫେରାର ରହିଛନ୍ତି। ଏହି ଅଭିଯୁକ୍ତମାନେ ପ୍ରକୃତ ମାଲିକଙ୍କର ନକଲି କାଗଜପତ୍ର ବା ସେଲଡିଡ଼ ଜରିଆରେ ବିକ୍ରି କରନ୍ତି। ନିଜର ଲୋକ ବା ଠକଙ୍କ ନାମକୁ ଟ୍ରାନ୍ସଫର କରି ଜମି ବିକ୍ରି କରୁଛନ୍ତି। ଅନ୍ୟ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନଜାକ୍ସନ କରି ଟଙ୍କା ଠକି ନେଉଥିବା ବେଳେ, ନଗଦ କ୍ୟାସକୁ ଭାଗ ବାଣ୍ଟି ନେଉଛନ୍ତି। ମାଲିକମାନେ ବାହାରେ ରହୁଥିବା ବେଳେ ତାଙ୍କ ଜମିର କାଗଜପତ୍ର କରି ବିକ୍ରି କରୁଛନ୍ତି ଏବଂ ଜମିର ପ୍ରକୃତ ମାଲିକ ପଜେସନ ନେଲାବେଳେ, ଏହି ସବୁ ଖବର ପଦାକୁ ଆସୁଛି। ବିଶେଷକରି ମାଲିକମାନେ ଜାଗା କିଣିବା ସମୟରେ ଧ୍ୟାନ ଦେବା ଉଚିତ। ବିଶେଷ କରି ମଳିପଡା, ନିଆଳି ଗୋବିନ୍ଦପୁର, ଭୁବନେଶ୍ୱର ଆମ୍ରି ହସ୍ପିଟାଲ ନିକଟ ଜମି ଓ ଭୁବନେଶ୍ୱର ଉପକଣ୍ଠରେ ଜମି କିଣୁଥିଲାବେଳେ ସାବଧାନ ରହିବାକୁ ପଡିବ ବୋଲି ଇଓଡବ୍ଲ୍ୟୁ କହିଛି।
କେମିତି କରିବେ ଯାଞ୍ଚ?
ଜମି ବିକୁଥିବା ଲୋକଙ୍କର ଆଧାରକାର୍ଡ଼ର ଭେରିଫିକେଶନ କରିବାର ଆବଶ୍ୟକତା ରହିଛି। ପ୍ରତି ଆଧାରକାର୍ଡ଼ରେ ଥିବା କ୍ୟୁଆର କୋର୍ଡର ସ୍କାନ କରିବାର ଆବଶ୍ୟକତା ରହିଛି। ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ଓଡ଼ିଶାମୁହାଁ ଛତିଶଗଡ଼ ବାଘ

Mon Feb 27 , 2023
ଭୁବନେଶ୍ୱର: ଓଡ଼ିଶାମୁହାଁ ଛତିଶଗଡ଼ ବାଘ। ସମ୍ବଲପୁରର ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଏକ ବାଘ। ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ତାହାର ଫଟୋ କ୍ୟାମେରାରେ କଏଦ ହୋଇଛି। ଏହା ଦେବ୍ରିଗଡ଼ ଜଙ୍ଗଲ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଛି। ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଏନ୍ଟିସିଏ ସୁପାରିଶ […]
ଓଡ଼ିଶାମୁହାଁ ଛତିଶଗଡ଼ ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial