ପ୍ରେମ ପ୍ରତାରଣା ପାଇଁ ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବ ମଡେଲ୍‌

ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବ ମଡେଲ୍‌

ଚନ୍ଦ୍ରଶେଖରପୁର : ପ୍ରେମରେ ଧୋକ୍କା ଖାଇ ଜଣେ ଯୁବ ମଡେଲ୍‌ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ସୌମ୍ୟରଞ୍ଜନ ପାଣିଗ୍ରାହୀ। ଘର କଟକ ଜିଲ୍ଲା ବଡ଼ମ୍ବାରେ। ସେ ଏଠାରେ ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାରରେ ଏକ ଭଡ଼ା ଘରେ ରହୁଥିଲେ। ମଡେଲିଂ କରିବା ସହ ଏକ କଫି-କାଫେ ଚଲାଉଥିଲେ। ଗତରାତିରେ ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ସୋମବାର ଦିନ ଏ ସଂପର୍କରେ ଜଣାପଡ଼ିବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହାସହ ସୌମ୍ୟଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ପ୍ରେମ ପ୍ରତାରଣା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତାଙ୍କ ମୃତ୍ୟୁ ପାଇଁ ଜଣେ କଣ୍ଠଶିଳ୍ପୀ ଦାୟୀ ବୋଲି ସେ ଚିଠିରେ ଇଙ୍ଗିତ କରିଛନ୍ତି। ଅପରପକ୍ଷେ ଏ ସଂପର୍କରେ ସୌମ୍ୟଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାରକୁ ପଚରାଉଚରା କରିଛି। କିନ୍ତୁ ସୌମ୍ୟଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ବୋଲି ଉଭୟ ଯୁବତୀ ଓ ତାଙ୍କ ପରିବାରଲୋକ ସ୍ପଷ୍ଟ ମନା କରିଦେଇଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଚାଲିଛି ଓ ଆବଶ୍ୟକ ପଡ଼ିଲେ ସୌମ୍ୟଙ୍କ ମୋବାଇଲ୍‌ ଚାଟିଂ, ଫଟୋଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି

Wed Feb 2 , 2022
ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ। ୨୦୨୨-୨୩ ବଜେଟରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା ମିଳିଛି। ରେଳ ବଜେଟରେ ଓଡିଶାର […]
ଖୋର୍ଦ୍ଧା-ବଲାଙ୍ଗୀର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial