ରସିକିଆ ଅଧ୍ୟାପକଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଆନନ୍ଦପୁର ମହାବିଦ୍ୟାଳୟ (1)

ଆନନ୍ଦପୁର: ଆନନ୍ଦପୁର ବ୍ଲକ ଆନନ୍ଦପୁର ମହାବିଦ୍ୟାଳୟର ଦୁଇ ରସିକିଆ ଅଧ୍ୟାପକଙ୍କ ବିରୁଦ୍ଧରେ ଆସିଛି ସଂଗୀନ ଅଭିଯୋଗ। ବହୁ ଦୁର୍ନୀତି,ଶୋଷଣ ଓ ଅସଦାଚରଣ ପରି ଅନେକ ସଂଗୀନ ଅଭିଯୋଗର ଫର୍ଦ୍ଦରେ ଯୋଡି ହୋଇଛନ୍ତି ଫିଜିକ୍ସ ଅଧ୍ୟାପକ ଦିଲୀପ କୁମାର ଦାସ ଓ କେମିଷ୍ଟ୍ରି ଅଧ୍ୟାପକ ଶେଖର ଦେବତା। ଏ ନେଇ ଜନସାଧାରଣ ଓ ଅଞ୍ଚଳର ବୁଦ୍ଧିଜୀବୀ ତଥା ଅଭିଭାବକ ମାନଙ୍କ ଅଭିଯୋଗ କ୍ରମେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଆସିଥିବା ଜଣାପଡିଛି।

ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀ ଦାସ କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନରେ ଦୀର୍ଘ ୩୫ ବର୍ଷ ହେବ ରହି ବହୁ ଦୁର୍ନୀତିରେ ବୁଡି ରହିଛନ୍ତି। ମହାବିଦ୍ୟାଳୟରେ ଥିବା ମହିଳା କର୍ମଚାରୀଙ୍କୁ ସେ ସମ୍ମାନ ଦେବା ପରିବର୍ତ୍ତେ ଭୋଗ୍ୟର ବସ୍ତୁ ବୋଲି କହିଥାନ୍ତି। ଅନେକ ଛାତ୍ରୀ ଓ ମହିଳା କର୍ମଚାରୀ ଲୋକଲଜ୍ଜ୍ୟାକୁ ଡରି ଚୁପ ରହିଛନ୍ତି। ଏପରିକି ଯିଏ ତାଙ୍କ କଥାରେ ରାଜି ନ ହୁଅନ୍ତି ସେମାନଙ୍କୁ ସେ ଧମକ ଦେବାସହ ମହାବିଦ୍ୟାଳୟର ଗଭର୍ଣ୍ଣିଙ୍ଗ ବଡି ଡକାଇ ମହାବିଦ୍ୟାଳୟରୁ ବିଦା କରିଦେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ୩୫ ବର୍ଷ ହେବ ସେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ବଦଳି ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବର୍ତ୍ତମାନ ଏହି ଅଞ୍ଚଳରେ ଦୁଇ ଅଧ୍ୟାପକଙ୍କୁ ସୁର-ସାରଥୀ ବୋଲି ବିବେଚନା କରାଯାଉଛି। ତେଣୁ ଯଥା ଶୀଘ୍ର ଏହି ଦୁଇ ରସିକିଆ ଅଧ୍ୟାପକଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବିକରିଛନ୍ତି।

Share Now:

Kalinga News Beuro

Next Post

ଲଜ୍ଜା! କେରଳରେ ୧୭ ବର୍ଷୀୟା ନାବାଳିକା ୪୪ ଜଣଙ୍କ ଦ୍ୱାରା ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର

Tue Jan 19 , 2021
ମାଲାପୁରମ୍‌ (କେରଳ): ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ଭାବେ ପରିଚିତ କେରଳରେ ଘଟିଯାଇଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା। ମାଲାପୁରମ୍‌ ଜିଲ୍ଲାର ପାଣ୍ଡିକ୍କାଡ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି ୪୪ ଜଣ ଅଭିଯୁକ୍ତ। ସଂପ୍ରତି ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ ପୁଲିସ୍‌ ୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୩୨ଟି ମାମଲା ରୁଜୁ କରି […]
କେରଳରେ ୧୭ ବର୍ଷୀୟା ନାବାଳିକା ୪୪ ଜଣଙ୍କ ଦ୍ୱାରା ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial