କାର୍‌ କାଚ ଭାଙ୍ଗି ଲୁଟେରା ନେଇଗଲେ ୧.୭୭ ଲକ୍ଷ

କାର୍‌ କାଚ ଭାଙ୍ଗି ନେଇଗଲେ ୧.୭୭ ଲକ୍ଷ

ରାଜକନିକା: ରାଜକନିକା ଅଞ୍ଚଳରେ ଆଇନଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାକୁ ବସିଛି। ଦିନକୁ ଦିନ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଗାଁ ଗହଳି, ରାସ୍ତାଘାଟ, ଦୋକାନ, ବଜାରରେ ଲୁଟେରାମାନେ ପୁଲିସକୁ ଚକମାଦେଇ ଦିନଦ୍ବିପ୍ରହରରେ ଲୁଟପାଟ କରୁଛନ୍ତି। ଗତକାଲି ଏକ ମହିନ୍ଦ୍ରା କାର୍‌ କାଚ ଭାଙ୍ଗି ୧ ଲକ୍ଷ ୭୭ହଜାର ଟଙ୍କା ଏବଂ ମୋବାଇଲ ଲୁଟ୍ ହୋଇଛି। ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ କାଟଣା ସିଙ୍ଗିଡ଼ି ଗ୍ରାମର ହେମନ୍ତ ସାମଲ ମହିନ୍ଦ୍ରା କାର (ନଂ: ଓଡି୦୨–ବିଟି–୫୩୩୩) ଘର ଆଗରେ ରଖିଥିଲେ। କାର ଭିତରେ ଲୋକମାନଙ୍କ ମଜୁରି ବାବଦକୁ ୧ଲକ୍ଷ ୭୭ ହଜାର ଟଙ୍କା ରଖିଥିଲେ। ତ୍ରୈଲୋକ୍ୟପୁର ଅଞ୍ଚଳର ଜଣେ ଯୁବକ ଓ ତାଙ୍କର ଦୁଇଜଣ ସହଯୋଗୀ କାର୍‌ କାଚ ଭାଙ୍ଗି ଭିତରେ ଥିବା ମୋବାଇଲ ଓ ଟଙ୍କା ନେଇ ପଳାଇଥିଲେ। ଏ ସମ୍ପର୍କରେ ରାଜକନିକା ଥାନାରେ ଅଭିଯୋଗ କରିବା ପରେ ବି ଏ ପର୍ଯ୍ୟନ୍ତ ପୁଲିସ୍‌ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ।

Share Now:

Kalinga News Beuro

Next Post

ଓଡିଶା ଡିଜିଟାଲ ମିଡ଼ିଆ ସଂଘ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ

Mon Dec 27 , 2021
ପୁରୀ : ଓଡିଶା ଡିଜିଟାଲ ମିଡ଼ିଆ ସଂଘ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ଉଦଯାପିତ ହୋଇଯାଇଛି। ଏହି ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ,ବିଶିଷ୍ଟ ଶ୍ରମିକ ନେତା ନବ ମହାନ୍ତି ,ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ଦୂରଦର୍ଶନର ପୂର୍ବତନ ବାର୍ତ୍ତା ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର […]
ଓଡିଶା ଡିଜିଟାଲ ମିଡ଼ିଆ ସଂଘ (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial