ରଜରେ ବିକିଲେ ଗୋଧି ମାଂସ, ଚମଡ଼ା : ୨ ଗିରଫ

ରଜରେ ବିକିଲେ ଗୋଧି ମାଂସ-1

୮ ଜୀବନ୍ତ ଗୋଧି ଉଦ୍ଧାର,ଘଟଣାସ୍ଥଳରେ ଉତ୍ତେଜନା

ଭୁବନେଶ୍ବର : ରଜ ଭଳି ପର୍ବରେ ରାଜଧାନୀରେ ବିକ୍ରି ହେଉଥିଲା ଗୋଧି ମାଂସ ଓ ଚମଡ଼ା। ଚୀନ ଓ ଥାଇଲାଣ୍ଡ ଭଳି ସ୍ପଷ୍ଟ ଦିବାଲୋକରେ ଏଭଳି କାରବାର ହେଉଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସକାଳଠୁ ଏହି ବେପାର ଚାଲିଲେ ମଧ୍ୟ ପୁଲିସ କି ବନ ବିଭାଗ କାହାରି ଆଖିରେ ପଡ଼ିଲାନି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ଶେଷରେ ସନ୍ଧ୍ୟା ବେଳକୁ ଲୋକେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଉଛନ୍ତି ଲକ୍ଷ୍ମୀସାଗର ତାରିଣୀ ବସ୍ତି ଅଞ୍ଚଳର ଜି. କ୍ରିଷ୍ଣା ଓ ମଞ୍ଚେଶ୍ବର ଅଞ୍ଚଳର ଜି. ରାଘବ ପ୍ରଧାନ। ସେମାନଙ୍କ ନିକଟରୁ ୮ଟି ଜୀବନ୍ତ ଗୋଧି ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳୁ ସକାଳୁ ଝାରପଡ଼ାରୁ ଜଗନ୍ନାଥ ନଗର ପ୍ରବେଶ ରାସ୍ତା ପୋଲ ନିକଟରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ଲୋକଙ୍କ କାନରେ ବାଜିଥିଲା। କିନ୍ତୁ କେହି ସେଠାକୁ ଯାଇ ନ ଥିଲେ। ତେବେ ସନ୍ଧ୍ୟାରେ ମଧ୍ୟ ସେଠାରେ କିଛି ଲୋକ ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକ ପହଞ୍ଚିଥିଲେ। ସେମାନେ ଏକ ଘର ଭିତରେ ଦୁଇଟି ବସ୍ତାରେ ଗୋଧି ରଖାଯାଇଥିବା ଦେଖିବାକୁ ପାଇଥିଲେ। ଦୁଇଟି ଗୋଧି ତଳେ ବନ୍ଧା ଯାଇଥିବାବେଳେ ପାଖରେ ରକ୍ତ ଛିଟା, କିଛି ମାଂସ ଖଣ୍ଡ ମଧ୍ୟ ପଡ଼ିଥିବା ସ୍ଥାନୀୟ ଲୋକ କହିଥିଲେ। ଏହା ଦେଖି କିଛି ଲୋକ ସେଠାରୁ କଟା ଯାଇଥିବା ମାଂସକୁ ଅଖାରେ ଭର୍ତ୍ତି କରି ପଳାଇଥିଲେ। ଧୀରେ ଧୀରେ ଲୋକ ରୁଣ୍ଡ ହେବା ପରେ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଯାଇଥିଲା। ପିସିଆର ଭ୍ୟାନ୍ ପହଞ୍ଚି କ୍ରିଷ୍ଣା ଓ ରାଘବକୁ ଧରିବା ସହ ୮ଟି ଜୀବନ୍ତ ଗୋଧି ଉଦ୍ଧାର କରିଥିଲା। ଏହା ପରେ ସିଟି ଫରେଷ୍ଟ ଡିଭିଜନକୁ ଖବର ଦିଆଯାଇଥିଲା। ବନ କର୍ମଚାରୀମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ଅଟକ ଦୁଇ ଜଣଙ୍କୁ ଓ ଜୀବନ୍ତ ଗୋଧି ହସ୍ତାନ୍ତର କରାଯାଇଥିଲା। ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ସୋମବାର ସକାଳୁ ଏହି ଗୋଧି ମାଂସ ଓ ଚମଡ଼ା ବେପାର ଆରମ୍ଭ ହୋଇଥିଲା। କିଲୋ ୫ ଶହରୁ ଅଧିକ ଟଙ୍କାରେ ମାଂସ ବିକ୍ରି ହେଉଥିବା ବେଳେ ଚମଡ଼ା ୮ଶହରୁ ୧ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। କେତେକ ଲୋକ ମାଂସ ଓ ଚମଡ଼ା ନେଇଛନ୍ତି। ଆଉ କେତେକ ଲୋକ ନେବା ପାଇଁ ଛିଡ଼ା ହୋଇଥିଲେ। କିନ୍ତୁ ପୁଲିସ ଆସିବା ଦେଖି ସେମାନେ ପଳାଇ ଯାଇଥିଲେ। ଅଭିଯୁକ୍ତଙ୍କ ଘର ନିକଟରେ ରହୁଥିବା ଜଣେ ସମ୍ପର୍କୀୟ କହିଛନ୍ତି, ଘରର ପୁରୁଷ ଲୋକ କାମକୁ ଯାଇଥିଲେ। ସେଇଠି କିଛି ଗୋଧି ପାଇଲେ। ଆମେ ବାପ, ଅଜା ଅମଳରୁ ଗୋଧି ଖାଉଛୁ। ବର୍ଷା ଦିନ ବୋଲି ଗୋଧି ବାହାରିଥିବାରୁ ଧରିକି ନେଇ ଆସିଲେ। ଆମେ ମିଳିମିଶି ରୋଷେଇ କରି ଖାଇଥାନ୍ତୁ।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟାରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦

Tue Jun 15 , 2021
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ […]
ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial