ଝାଡ଼ଖଣ୍ଡରରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ : ୫ ନକ୍ସଲ୍‌ ନିହତ

୫ ନକ୍ସଲ୍‌ ନିହତ

ରାଞ୍ଚି: ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ନିରାପତ୍ତା ବଳ ସହିତ ଗୁଳି ବିନିମୟ କରି ଅନ୍ୟୂନ ୫ଜଣ ନକ୍ସଲ୍‌ ନିହତ ହୋଇଥିବା କଥା ଆଜି ପୁଲିସ କହିଛି। ମୃତ ନକ୍ସଲ୍‌ମାନଙ୍କ ମଧ୍ୟରୁ ୨ଜଣଙ୍କ ଉପର ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଅନ୍ୟ ୩ଜଣ ନକ୍ସଲ୍‌ଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା କଥା ପୁଲିସ ଗଣମାଧ୍ୟମକୁ କହିଛି। ଚତ୍‌ରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ‘ପିଟିଆଇ’କୁ କହିଛନ୍ତି, ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୧୬୦ କିଲୋମିଟର୍‌ ଦୂର ଲୱାଲୋଙ୍ଗ୍‌ ଥାନା ଅନ୍ତର୍ଗତ ଚତ୍‌ରା-ପାଲାମୁ ସୀମାନ୍ତ ଅଞ୍ଚଳରେ ଗୁଳି ବିନିମୟ ସଙ୍ଗଠିତ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି।
ଝାଡ଼ଖଣ୍ଡ ପୁଲିସ କହିଛି, ନିହତ ୫ ନକ୍ସଲ୍‌ଙ୍କ ମଧ୍ୟରେ ଅଛନ୍ତି ‘ଏସ୍‌ଏସି’ ସଦସ୍ୟ ଗୌତମ ପାସୱାନ୍‌ ଓ ଚାର୍ଲି। ଉଭୟଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋ‌ଷଣା କରାଯାଇଥିଲା। ଏହାଛଡ଼ା, ନିହତ ନକ୍ସଲ୍‌ ସବ୍‌- ଜୋନାଲ କମାଣ୍ଡର୍‌ ନନ୍ଦୁ, ଅମର ଗଞ୍ଝୁ ଏବଂ ସଞ୍ଜୀବ ଭୂୟାଁଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ‘ଏକେ-୪୭’ ଏବଂ ‘ଇନ୍‌ସାସ୍‌’ ରାଇଫଲ୍‌ ଉଦ୍ଧାର କରିଥିବା କଥା ପୁଲିସ କହିଛି। ସେ ଅଞ୍ଚଳରେ ଏବେ ମଧ୍ୟ ଅଭିଯାନ ଚାଲିଥିବା କଥା ସେମାନେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ : ୬ କୁକୁରଙ୍କୁ ବିଷ ଦିଆଯାଇ ମରାଗଲା, ଥାନାରେ ଏତଲା

Mon Apr 3 , 2023
ଭୁବନେଶ୍ୱର: ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳ ସ୍ଥିତ ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ ପୁଟିରେ ବିଷ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଛଅଟି କୁକୁରଙ୍କୁ ମାରି ଦିଆଯାଇଛି। ଏହି ଅଞ୍ଚଳରେ ବର୍ତ୍ତମାନ ଅନେକ କୁକୁର ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପିପୁଲ ଫର୍ ଆନିମଲ୍ସ ସଂଗଠନ ପକ୍ଷରୁ ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ […]
୬ କୁକୁରଙ୍କୁ ବିଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial