ଚାକିରି କରାଇଦେବା ନାଆଁରେ ସାଢ଼େ ତିନି ଲକ୍ଷ ଠକି ନେଲେ ଦୁର୍ବୃତ୍ତ

ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଟାଟା ଷ୍ଟିଲ (ଜାମସେଦପୁର)ରେ ଚାକିରି କରାଇଦେବା ନାଆଁରେ ଜଣେ ଦୁର୍ବୃତ୍ତ ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଛି। ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ। ଶକ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ସମାପ୍ତ କରିବା ପରେ ବେକାର ଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ ଖୋଲିଥିଲେ। ଚାକିରି କରାଇ ଦେବେ କହି ପର୍ଯ୍ୟାୟ କ୍ରମେ ଶକ୍ତିଙ୍କଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ।
ବିଶ୍ୱାସ ଜନ୍ମେଇବା ପାଇଁ ଶକ୍ତିକୁ ଜାମସେଦପୁରକୁ ନେଇ ନକଲି ଟାଟା ଷ୍ଟିଲ ଅଧିକାରୀଙ୍କ ସହ ସାକ୍ଷାତ ମଧ୍ୟ କରାଇ ଥିଲେ। ଟଙ୍କା ନେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରି ଦେଇ ନଥିଲେ। ଯେଉଁ ଅଫିସ କରିଥିଲେ ସନ୍ଦୀପ ପ୍ରଧାନ ଅଫିସ ବନ୍ଦ କରି ଫୋନ ସୁଇଚ୍ ଅଫ କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶକ୍ତି।

Share Now:

Kalinga News Beuro

Next Post

ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟାକ୍ସି : ଚାଳକ ବ୍ୟତୀତ ୨ ଜଣ ଯାତ୍ରୀ ବସିପାରିବେ

Thu Feb 16 , 2023
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଉପକଣ୍ଠରେ ଥିବା ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ପରିସରରେ ଚାଲିଥିବା ‘ଏରୋ ଇଣ୍ଡିଆ’ ଶୋ’ରେ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସିକୁ ପ୍ରଦର୍ଶିତ କରାଯାଇଛି। ଏହି ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଅତ୍ୟନ୍ତ ସ୍ୱତନ୍ତ୍ର। ବର୍ତ୍ତମାନ ଏହାର ପରୀକ୍ଷଣ କାର୍ଯ୍ୟ ଜାରି ରହିଛି। ୨୦୨୪ ଶେଷ କିମ୍ବା ୨୦୨୫ ପ୍ରାରମ୍ଭରେ ଏହାକୁ ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି। ଏହି ଏୟାର ଟ୍ୟାକ୍ସି ୧୬୦ କିଲୋମିଟର ବେଗରେ ୨୦୦ […]
ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟାକ୍ସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial