ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟାକ୍ସି : ଚାଳକ ବ୍ୟତୀତ ୨ ଜଣ ଯାତ୍ରୀ ବସିପାରିବେ

ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟାକ୍ସି

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଉପକଣ୍ଠରେ ଥିବା ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ପରିସରରେ ଚାଲିଥିବା ‘ଏରୋ ଇଣ୍ଡିଆ’ ଶୋ’ରେ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସିକୁ ପ୍ରଦର୍ଶିତ କରାଯାଇଛି। ଏହି ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଅତ୍ୟନ୍ତ ସ୍ୱତନ୍ତ୍ର। ବର୍ତ୍ତମାନ ଏହାର ପରୀକ୍ଷଣ କାର୍ଯ୍ୟ ଜାରି ରହିଛି। ୨୦୨୪ ଶେଷ କିମ୍ବା ୨୦୨୫ ପ୍ରାରମ୍ଭରେ ଏହାକୁ ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି। ଏହି ଏୟାର ଟ୍ୟାକ୍ସି ୧୬୦ କିଲୋମିଟର ବେଗରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହି ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଉଡ଼ାଣ ଓ ଅବତରଣ କରିଥାଏ। ଏଥିରେ ଜଣେ ପାଇଲଟଙ୍କ ବ୍ୟତୀତ ୨ ଜଣଙ୍କୁ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବହନ କରିପାରିବ। ଏହା ସାହାଯ୍ୟରେ ଲୋକଙ୍କୁ ସହର ଭିତରକୁ ଆଣି ସାମଗ୍ରୀ ପହଞ୍ଚାଇବା ପାଇଁ ରାସ୍ତା ଠାରୁ ଦଶ ଗୁଣ ଦ୍ରୁତ ଗତିରେ କାମ ହୋଇପାରିବ। ଏହାର ଭଡ଼ା ବର୍ତ୍ତମାନର ଟ୍ୟାକ୍ସି ଭଡ଼ା ଠାରୁ ଦୁଇରୁ ତିନି ଗୁଣ ଅଧିକ ହେବ। ‘ଏରୋ ଇଣ୍ଡିଆ’ ଶୋ’ରେ ଏକ ଜେଟ୍ ସୁଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ଯାହା ମଣିଷକୁ ଆକାଶରେ ଉଡ଼ାଇ ପାରିବ। ବାସ୍ତବରେ ଏହାକୁ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ଜେଟ୍ ହୋଇ ବାୟୁରେ ଉଡ଼ିଯାଇଥାଏ। ଏହି ଟାକ୍ସି ମାତ୍ର ୭ରୁ ୯ ମିନିଟରେ ୧୦ କିଲୋମିଟର ଉଡ଼ିପାରିବ। ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛି।

Share Now:

Kalinga News Beuro

Next Post

ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ବୃହତ୍‌ ଜେଲ

Fri Feb 17 , 2023
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍‌ ଜେଲ ନିର୍ମାଣ ହେବ। ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ସେଠାକୁ ସ୍ଥାନାନ୍ତରିତ ହେବ। ଏହି ଜେଲ୍‌ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ। ଏହି ସ୍ୱତନ୍ତ୍ର ଜେଲ୍‌ରେ ୨୫୦୦ କଏଦୀ ରହିପାରିବେ। ୫୦ ଏକର ଜାଗାରେ ନିର୍ମାଣ ହେବ ଏହି ଜେଲ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହେବ। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ […]
ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍‌ ଜେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial