ଶିମଲାରେ ପୁଣି ଭୂସ୍ଖଳନ : ପୋତିହୋଇଗଲା ୫ ଘର, ଲୋକେ ଫସି ରହିଥିବା ଆଶଙ୍କା

ଶିମଲାରେ ପୁଣି ଭୂସ୍ଖଳନ

ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟଣା ଦିନକୁ ଦିନ ବଢିଚାଲିଛି। ରାଜଧାନୀ ଶିମଲାର କ୍ରିଷ୍ଣା ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି, ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଶିମଲାରେ ଘଟିଥିବା ଏହି ଘଟଣା ସମୟରେ ଲାଲପାଣି ଅଞ୍ଚଳରେ ଥିବା ସ୍ଲଟର ହାଉସର କୋଠା ମଧ୍ୟ ହଠାତ୍ ଭୁଶୁଡ଼ି ପଡ଼ିଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ରୁ ଅଧିକ ଘର ଓ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଲଟର ହାଉସ୍ କୋଠା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା।
ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ଶିମଲା ଏସପି ସଞ୍ଜୀବ ଗାନ୍ଧୀ ମଧ୍ୟ ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୫୧ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ସୂଚନା ଅନୁଯାୟୀ, ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ୭୫୨ଟି ରାସ୍ତା ବନ୍ଦ ରହିଛି। କାଲକା-ଶିମଲା ରେଳ ପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

Share Now:

Kalinga News Beuro

Next Post

ପୁଣି ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ : ୨ ବ୍ୟବସାୟୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Wed Aug 16 , 2023
ଭୁବନେଶ୍ୱର: ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ବଳପୂର୍ବକ ଏଠାରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ସଦସ୍ୟମାନେ ବିରୋଧ କରିଛନ୍ତି। ଉଠାଦୋକାନୀମାନେ ବଳପୂର୍ବକ ବସି ଏଠାରେ ବ୍ୟବସାୟ କରିବାକୁ ଚାହୁଁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସୂଚନା ଅନୁସାରେ ଭୁବନେଶ୍ୱର ମାର୍କେଟିଂ ବିଲ୍ଡିଂ ଭିତରେ ଆଜି ସନ୍ଧ୍ୟା ୫ଟା ସମୟରେ କିଛି […]
ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial