ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ

ଚୀନ୍ ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)। ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍ ପର୍ଯ୍ୟଟକମାନେ ପର୍ଯ୍ୟଟନ ଭିସା ନେଇ ଭାରତ ଆସିପାରିବେ ନାହିଁ। ସୂଚନା ମୁତାବକ, ଚୀନରେ ରହି ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ କରୋନା ମହାମାରୀ ସମୟରେ ଭାରତ ଫେରିଥିଲେ। ଏବେ ସଂକ୍ରମଣ କମ ହୋଇଥିଲେ ବି ଚୀନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ଅନୁମତି ଦେଉନାହିଁ। ଏହି କାରଣରୁ ଏବେ ଭାରତ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କରିଛି। ଏପ୍ରିଲ୍ ୨୦ ରେ ଆଇଏଟିଏ ଏକ ସର୍କୁଲାର ଜାରି କରିଥିଲା। ସେଥିରେ କୁହାଯାଇଥିଲା ଯେ, ଚୀନର ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ। ୧୦ବର୍ଷର ବୈଧତା ଥିବା ପର୍ଯ୍ୟଟନ ଭିସାକୁ ଏବେ ବାତିଲ କରାଯାଇଛି। ମାର୍ଚ୍ଚ ୧୭ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ, ଚୀନର କଡା ପ୍ରତିବନ୍ଧକ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଏକାଡେମିକ କ୍ୟାରିଅରକୁ ବିପଦରେ ପକାଉଥିବାରୁ ଭାରତ ବେଜିଂକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛି। ତେବେ ଏପର୍ଯ୍ୟନ୍ତ ଚୀନ ଏଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ଭାରତ ପର୍ଯ୍ୟଟନ ଭିସାକୁ ବାତିଲ କରିଦେଇଛି।

Share Now:

Kalinga News Beuro

Next Post

ବେଆଇନ ତୈଳ ବିଶୋଧନାଗାରରେ ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ

Sun Apr 24 , 2022
ଅବୁଜା: ଦକ୍ଷିଣ ପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ସରକାରୀ ତଥ୍ୟ ମୁତାବକ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବାବେଳେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ। କୁହାଯାଉଛି ଯେ ବିସ୍ଫୋରଣ ହେତୁ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ […]
ତୈଳ ବିଶୋଧନାଗାରରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial