ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’

ସଂଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’

ଜାମନଗର ଏୟାରପୋର୍ଟରେ ସବୁ ବିମାନ ବାତିଲ

ଜାମନଗର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ ଆଉ କିଛି ଘଣ୍ଟା ପରେ ଗୁଜରାଟ ଉପକୂଳ ଛୁଇଁବ। ଏହା ଗୁଜରାଟର କଚ୍ଛ ଉପକୂଳରେ ଥିବା ଜାଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ଓ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିବ। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ଉପକୂଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ବାତ୍ୟାର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ଓ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ଜାମନଗର ବିମାନବନ୍ଦର ଏକ ବଡ଼ ନିଷ୍ପତ୍ତି ନେଇଛି। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ କମ୍ପାନୀ ଏହାର ସମସ୍ତ ବିମାନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଜାମନଗର ବିମାନବନ୍ଦର ନିର୍ଦ୍ଦେଶକ ଡିକେ ସିଂହ କହିଛନ୍ତି ଯେ ବିମାନବନ୍ଦର ପକ୍ଷରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସବୁ ଫ୍ଲାଇଟକୁ ବାତିଲ କରାଯାଇଛି। ଏଥିପାଇଁ ନୋଟାମ ଜାରି କରାଯାଇଛି। ଏହାର ଅର୍ଥ ହେଉଛି ‘ନୋଟିସ୍ ଟୁ ଏୟାରମେନ୍’। ବାହାରୁ ଆସୁଥିବା ବିମାନଗୁଡ଼ିକୁ ସତର୍କ କରିବାକୁ ଏପରି ସତର୍କତା ଜାରି କରାଯାଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବିମାନବନ୍ଦରରେ ଆବଶ୍ୟକ ମୁତାବକ ଡିଜେଲ ଓ ପେଟ୍ରୋଲ ଗଚ୍ଛିତ କରି ରଖାଯାଇଛି।

Share Now:

Kalinga News Beuro

Next Post

ଭାରତକୁ ଆସିବ ବିଶ୍ୱର ସବୁଠୁ ଘାତକ ଡ୍ରୋନ ‘ପ୍ରିଡେଟର’

Thu Jun 15 , 2023
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଆମେରିକା ଗସ୍ତ ଜୁନ ୨୧ରୁ ଆରମ୍ଭ ହୋଇ ଜୁନ ୨୪ ପର୍ଯ୍ୟନ୍ତ ଚାଲିବ। ଭାରତ-ଆମେରିକା ସଂପର୍କକୁ ଏହି ଗସ୍ତ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି କୁହାଯାଉଛି। ଏହା ପୂର୍ବରୁ ଗୁରୁବାରଦିନ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାଠାରୁ ପ୍ରିଡେଟର ଡ୍ରୋନ ଚୁକ୍ତିକୁ ଅନୁମୋଦନ କରିଛି।କୁହାଯାଉଛି ଯେ ଏହି ଚୁକ୍ତି ରେ ପାଖାପାଖି ୩ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ଆମେରିକୀୟ […]
ଘାତକ ଡ୍ରୋନ ‘ପ୍ରିଡେଟର’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial