ଭାରତକୁ ଆସିବ ବିଶ୍ୱର ସବୁଠୁ ଘାତକ ଡ୍ରୋନ ‘ପ୍ରିଡେଟର’

ଘାତକ ଡ୍ରୋନ ‘ପ୍ରିଡେଟର’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଆମେରିକା ଗସ୍ତ ଜୁନ ୨୧ରୁ ଆରମ୍ଭ ହୋଇ ଜୁନ ୨୪ ପର୍ଯ୍ୟନ୍ତ ଚାଲିବ। ଭାରତ-ଆମେରିକା ସଂପର୍କକୁ ଏହି ଗସ୍ତ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି କୁହାଯାଉଛି। ଏହା ପୂର୍ବରୁ ଗୁରୁବାରଦିନ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାଠାରୁ ପ୍ରିଡେଟର ଡ୍ରୋନ ଚୁକ୍ତିକୁ ଅନୁମୋଦନ କରିଛି।
କୁହାଯାଉଛି ଯେ ଏହି ଚୁକ୍ତି ରେ ପାଖାପାଖି ୩ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ଆମେରିକୀୟ କମ୍ପାନି ଜେନେରାଲ ଆଟୋମିକ୍ସ ଦ୍ୱାରା ନିର୍ମିତ ପ୍ରିଡେଟର ଡ୍ରୋନ୍ କିଣିବା ପାଇଁ ଭାରତ ଅନେକ ବର୍ଷ ଧରି ଆଗ୍ରହ ଦେଖାଉଥିଲା ଓ ଆମେରିକା ବି ଭାରତକୁ ବିକିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହେଉଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଏହି ଚୁକ୍ତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବାଇଡେନ ପ୍ରଶାସନ ଏହି ଚୁକ୍ତି ଉପରେ ଜୋର ଦେଉଥିବା କୁହାଯାଉଛି। ଏହି ଚୁକ୍ତିରେ ଆମେରିକାର ଆଗ୍ରହକୁ ଦୃଷ୍ଟିରେ ରଖି ଭାରତକୁ ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଏହା ସହିତ ବିଶ୍ୱରେ ବଦଳୁଥିବା ସୁରକ୍ଷାସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ଭାରତ ସରକାର ଏହି ଡିଲକୁ ମଞ୍ଜୁରୀ ଦେଇଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରାଳୟର ମଞ୍ଜୁରୀ ପରେ ଏହାକୁ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ମଞ୍ଜୁରୀ ପାଇଁ ରଖାଯିବ।

Share Now:

Kalinga News Beuro

Next Post

ମହିମା ପୀଠର ହେବ ରୂପାନ୍ତର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ଦେଲେ ଜିଲ୍ଲାପାଳ

Thu Jun 15 , 2023
ମଇ ୨୯ରେ ୫-ଟି ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୂପାନ୍ତର ବିଷୟରେ […]
ମହିମା ପୀଠର ହେବ ରୂପାନ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial