ଚୀନକୁ ଝଟକା : ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

ଶ୍ରୀଲଙ୍କା - ଭାରତ

ନୂଆଦିଲ୍ଲୀ: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା। ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ। ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ଓ ଏଥିପ୍ରତି କଲମ୍ବୋକୁ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ ଆଡ଼କୁ ଇସାରା କରିଛି। ଶ୍ରୀଲଙ୍କାରେ ବଢ଼ୁଥିବା ଚୀନର ପ୍ରଭାବକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ଏପରି ମନ୍ତବ୍ୟ ନୂଆଦିଲ୍ଲୀକୁ ବେଶ୍ ସୁହାଇବ। ନିକଟରେ ଶ୍ରୀଲଙ୍କାର ବୈଦେଶିକ ସଚିବ ମଧ୍ୟ ଚୀନକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ। ହମ୍ବାଟୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ଲିଜ୍ ଦିଆଯିବା ଏକ ବଡ଼ ଭୁଲ୍ ଥିଲା ବୋଲି କହିଛନ୍ତି ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍। ରୁଣ ଜାଲରେ ଫସାଇ ବିଭିନ୍ନ ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍। ପ୍ରଥମେ ବେଜିଂ ଏହିସବୁ ଦେଶକୁ ବଡ଼ ଧରଣର ରୁଣ ଦେଇଥାଏ। ତାପରେ ବାରମ୍ବାର ରୁଣ ଫେରାଇବାକୁ ଚାପ ପକାଇଥାଏ। ରୁଣ ନ ଫେରାଇ ପାରିଲେ ସମ୍ପୃକ୍ତ ଦେଶର ବନ୍ଦର କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଜାଗାକୁ ଲିଜ୍ ଆକାରରେ ଦେବାକୁ ବାଧ୍ୟ କରିଥାଏ। ଠିକ୍ ଏହିପରି କୌଶଳ ଆପଣେଇ ଶ୍ରୀଳଙ୍କାର ଏକ ବନ୍ଦରକୁ ହାତେଇଛି ଚୀନ୍। କିଛି ଆଫ୍ରିକୀୟ ଦେଶ ମଧ୍ୟ ଏବେ ଚୀନ୍ ରୁଣ ଭାରରେ ଚିନ୍ତିତ।

Share Now:

Kalinga News Beuro

Next Post

ଲଘୁଚାପ ଜନିତ ପ୍ରବଳ ବର୍ଷା: ଓରାଳିରେ ଘାଇ ସୃଷ୍ଟି କ୍ଷେତ୍ରୀୟ ଅନୁଧ୍ୟାନ କଲେ ତହସିଲଦାର,ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା

Thu Aug 27 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗିରହିଛି। ଏହା ଫଳରେ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାହାକୁ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ବୋଡ଼କ ପଞ୍ଚାୟତ ଓରାଳି ଠାରେ ଏକ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାପାଇଁ ବୁଧବାର ଅପରାହ୍ନରେ ତହସିଲଦାର […]
ଓରାଳିରେ ଘାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial