ବ୍ୟାଙ୍କ୍‌ରେ ୧୦ ଟନ୍‌ରୁ ଅଧିକ ସୁନା ଓ ନଗଦ ୧୫,୯୦୦ କୋଟି ଟଙ୍କା ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌’

ସମ୍ପତ୍ତି ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌

ଅମରାବତୀ: ଶନିବାର ଦିନ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତି ତାଲିକା ପ୍ରକାଶ କରିଛି। ‘ଟିଟିଡି’ କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଟ୍ରଷ୍ଟ୍‌ ଅସ୍ଵୀକାର କରିଛି।
ବଳକା ଅର୍ଥରାଶି ‘ସିଡ୍ୟୁଲ୍‌ଡ୍‌ ବ୍ୟାଙ୍କ୍‌’ରେ ବିନିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ରିଲିଜ୍‌ରେ ‘ଟିଟିଡି’ କହିଛି, ଶ୍ରୀବରିଙ୍କ ଭକ୍ତମାନଙ୍କୁ ଅନୁରୋଧ ସେମାନେ ଏଭଳି ଷଡ଼ଯନ୍ତ୍ରମୂଳକ ମିଥ୍ୟା ପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ। ସୁବ୍ୟବସ୍ତିତ ଭାବେ ‘ଟିଟିଡି’ କେତେଗୁଡ଼ିଏ ବ୍ୟାଙ୍କ୍‌ରେ ନଗଦ ଅର୍ଥ ଓ ସୁନା ଜମା ଦେଇଛି। ମନ୍ଦିର ଟ୍ରଷ୍ଟ୍‌ କହିଛି ଯେ, ଜାତୀୟକରଣ ବ୍ୟାଙ୍କ୍‌ରେ ତା’ର ୫,୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୧୦.୩ ଟନ୍‌ ସୁନା ଜମା ଦିଆଯାଇଛି। ସେହିପରି, ନଗଦ ୧୫,୯୩୮ କୋଟି ଟଙ୍କା ମଧ୍ୟ ଜମା ରଖାଯାଇଛି। ତାହାର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ‘ଟିଟିଡି’ କହିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ସମଗ୍ର ଭାରତରେ ମନ୍ଦିର ନାଁରେ ୭,୧୨୩ ଏକର୍‌ ଜମି ଉପରେ ୯୬୦ଟି ଘର ରହିଛି। ଭକ୍ତଙ୍କ ଦାନ, ବ୍ୟବସାୟ ସଙ୍ଗଠନ ଓ ପ୍ରତିଷ୍ଠାନମାନଙ୍କ ଉପରେ ମନ୍ଦିରର ଆୟ ହୋଇଥାଏ ବୋଲି ‘ଟିଟିଡି’ କହିଛି। ୧୦.୩ ଟନ୍‌ ସୁନା ଓ ୧୫,୯୩୮ କୋଟି ଟଙ୍କା ବ୍ୟାଙ୍କ୍‌ରେ ଜମା ରଖିଛି ତିରୁପତି ମନ୍ଦିର ଟ୍ରଷ୍ଟ୍‌।

Share Now:

Kalinga News Beuro

Next Post

ମୁମ୍ବାଇ ଜେଜେ ହସ୍ପିଟାଲରେ ଭୂତଳ ସୁଡ଼ଙ୍ଗ ଓ କୋଠରି ଠାବ

Sun Nov 6 , 2022
ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲରେ ୧୩୨ ବର୍ଷର ପୁରୁଣା ଓ ୧୨ ମିଟର ଲମ୍ବା ଓ ଚଉଡ଼ା ବିଶିଷ୍ଟ ଏକ ଭୂତଳ ସୁଡ଼ଙ୍ଗ ଏବଂ କୋଠରି ଠାବ କରାଯାଇଛି। ପଥର କାନ୍ଥ ଓ ଇଟାର ସ୍ତମ୍ଭ ଥିବା ଏହି କୋଠରିର ଉପରେ ରହିଛି ନର୍ସିଂ କଲେଜ, ଯେଉଁଠି ପୂର୍ବରୁ ମହିଳା ଓ ଶିଶୁ ଚିକିତ୍ସାଳୟ ଥିଲା। ଏକ ଲିକେଜର ତନଖି କଲାବେଳେ ଜନୈକ ରେସିଡେଣ୍ଟ ମେଡିକାଲ ଅଫିସର ଡ. ଅରୁଣ […]
ଭୂତଳ ସୁଡ଼ଙ୍ଗ ଓ କୋଠରି ଠାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial