ଭାରତୀୟ ମହିଳା ପାଇଲଟ ଉଡାଇବେ ଚିନୁକ ହେଲିକପ୍ଟର

ମହିଳା ପାଇଲଟ ଉଡାଇବେ ଚିନୁକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶର ସୁରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତୀୟ ବାୟୁସେନା ବିଶ୍ୱରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ବର୍ତ୍ତମାନ ରାଫେଲ, ମିରାଜ୍, ମିଗ୍ ବିମାନ ଭଳି ଯୁଦ୍ଧ ବିମାନ ବାୟୁସେନାରେ ଥିବାବେଳେ ଏଥି ସହିତ, ଚିନୁକ୍ ହେଲିକପ୍ଟର ମଧ୍ୟ ବାୟୁସେନାର ଗର୍ବ ହୋଇ ରହିଆସିଛି। ତେବେ ବର୍ତ୍ତମାନ ଚିନୁକ୍ ହେଲିକପ୍ଟର ଉଡ଼ାଇବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ପାଇଲଟଙ୍କୁ ନିୟୋଜିତ କରାଯିବ। ସୂଚନା ମୁତାବକ ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି। ଏହି ଚିନୁକ୍ ୟୁନିଟ୍ ଗୁଡିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତୀୟ ସୈନ୍ୟମାନଙ୍କୁ ସହାୟତା ଯୋଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କ୍ୱାଡନ ଲିଡର ପାରୁଲ ଭରଦ୍ୱାଜ ଏବଂ ସ୍ଵାତି ରାଠୋର ଋଷ ଦ୍ୱାରା ନିର୍ମିତ ଏମଆଇ ୧୭ଭି୫ ହେଲିକପ୍ଟର ଉଡାଉଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଚଣ୍ଡିଗଡ଼ ଏବଂ ଆସାମର ମୋହନବାରୀରେ ଥିବା ଚିନୁକ୍ ୟୁନିଟକୁ ବଦଳି କରାଯାଇଛି। ସୂଚନା ଥାଉ କି ଆମେରିକାରୁ ଚିନୁକ୍ ହେଲିକପ୍ଟର ମିଳିଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହା ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନା ପାଖରେ ବର୍ତ୍ତମାନ ୧୫ଟି ଚିନୁକ୍ ହେଲିକପ୍ଟର ଥିବାବେଳେ ଏହି ବିମାନଟି ଏତେ ସ୍ୱତନ୍ତ୍ର ଯେ ଏହା ଯୁଦ୍ଧକ୍ଷେତ୍ରକୁ ଯୁଦ୍ଧାସ୍ତ୍ର ପରିବହନ ଏବଂ ସୈନ୍ୟଙ୍କୁ ନେବା ପାଇଁ ବ୍ୟବହୃତ ହୁଏ। ବାୟୁସେନା ଅଧିକାରୀଙ୍କ କହିବା ମୁତାବକ ଚିନୁକ୍ ହେଲିକପ୍ଟର ଚଳାଇବା ଅନ୍ୟ ହେଲିକପ୍ଟର ଉଡାଇବା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାକୁ ଅନ୍ୟ ହେଲିକପ୍ଟର ପରି ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏହାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ।

Share Now:

Kalinga News Beuro

Next Post

ବୁଲାଷଣ୍ଢ ପାଇଁ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

Sat Sep 17 , 2022
ଭଦ୍ରକ: ଟ୍ରେନ୍‌ ଲାଇନରେ ଯାଉଥିବା ଏକ ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସମୁଖୀନ ହୋଇଛି। ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେବଲ‌କ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ବଗି ତଳେ ଷଣ୍ଢଟି ଚାପି ହୋଇଯିବାର ତାର ମୃତ୍ୟୁ ହୋଇଛି। ମାତ୍ର ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନାହିଁ। ସୂଚନା ଅନୁସାରେ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍‌ […]
ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial