ଯାଦବ ପରିବାର ସୁଷମାଙ୍କୁ ଭେଟିଲେ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ପରିବାର ତାଙ୍କୁ ଇସଲାମାବାଦରେ ଭେଟି ଫେରିବା ପରେ ଗତକାଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ବିଦେଶ ସଚିବ ଏସ୍‌ ଜୟଶଙ୍କର ଏବଂ ବିଦେଶମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର ମଧ୍ୟ କୁଳଭୂଷଣଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ପାକିସ୍ତାନ ସରକାର ଯୋଜନାବଦ୍ଧ ଭାବେ କୁଳଭୂଷଣଙ୍କ ପରିବାରକୁ ଅପମାନିତ କରିଥିବାରୁ ଭାରତ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେଇଥିବା ନେଇ ଦାବି କରୁଥିବା ପାକିସ୍ତାନ ଅସଲରେ ମାନବିକ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି ଭାରତ କହିଛି।

Share Now:

Kalinga News Beuro

Leave a Reply

Next Post

ଜେଲରେ ଲାଲୁ : ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେବ ସୋସିଆଲ ମିଡିଆ ଆକାଉଣ୍ଟ

Wed Dec 27 , 2017
ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରେ ଥାଇ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କର ଅନୁଗାମୀଙ୍କ ସହିତ କେମିତି ସମ୍ପର୍କରେ ରହିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଜେଲର ଚାରି କାନ୍ଥ ଭିତରେ ଦିନ ବିତାଉଥିବା ଲାଲୁ ଟୁଇଟର ମାଧ୍ୟମରେ ଲୋକଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial