ଜୁଲାଇରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ : ଓଡ଼ିଶାରୁ ୪୨୪୫ କୋଟି

ଜୁଲାଇରେ ୧.୬୫ ଲକ୍ଷ କୋଟିର ଜିଏସଟି

ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି। ଜୁଲାଇ ମାସରେ କ୍ରମାଗତ ପଞ୍ଚମ ଥର ପାଇଁ ରାଜସ୍ୱ ଆଦାୟ ୧.୬ ଲକ୍ଷ କୋଟି ଟପିଛି। ଜୁଲାଇରେ ଜିଏସଟି ଆଦାୟ ବାର୍ଷିକ ୧୧ ପ୍ରତିଶତ ବୃଦ୍ଧି ପାଇ ୧,୬୫,୧୦୫ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଜୁନ ୨୦୨୩ରେ ଜିଏସଟି ଆଦାୟ ୧.୬୧ ଲକ୍ଷ କୋଟି ଥିଲା ଓ ଜୁଲାଇ ୨୦୨୨ରେ ୧ ଲକ୍ଷ ୪୫ ହଜାର କୋଟି ଥିଲା। ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରେ ଏହା ପଞ୍ଚମ ଥର ପାଇଁ ଜିଏସଟି ଆଦାୟ ୧.୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ମାସରେ ଓଡ଼ିଶାରେ ଜିଏସଟି ଆଦାୟ ୧୬ ପ୍ରତିଶତ ବୃଦ୍ଧି ପାଇ ୪୨୪୫ କୋଟି ଟଙ୍କାରେ ପହଞ୍ଚିଛି।
ଜୁଲାଇ ମାସରେ ଆଦାୟ ହୋଇଥିବା ୧.୬୫ ଲକ୍ଷ କୋଟିର ଜିଏସଟି ରାଜସ୍ବ ମଧ୍ୟରୁ ୨୯,୭୭୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ୩୭,୬୨୩ କୋଟି ଟଙ୍କାର ରାଜ୍ୟ ଜିଏସଟି, ୮୫,୯୩୦ କୋଟି ଟଙ୍କାର ସମନ୍ୱିତ ଜିଏସଟି (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୧,୨୩୯ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ। ଏହାବ୍ୟତୀତ ସେସ୍ ୧୧,୭୭୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ବାବଦରେ ଆଦାୟ ହୋଇଥିବା ୮୪୦ କୋଟି ଟଙ୍କା କୁ ମିଶାଇ) ଥିଲା।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ୭୧ ବର୍ଷର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ବର୍ଷା

Tue Aug 1 , 2023
ତଳିଆ ଅଞ୍ଚଳ ଜଳାର୍ଣ୍ଣବ, ଜନଜୀବନ ଅସ୍ତବ୍ୟସ୍ତ ଭୁବନେଶ୍ୱର: ଭୁବନେଶ୍ୱରରେ ଗତ ୭୧ ବର୍ଷର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ବର୍ଷା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ସେମବାର ଅପରାହ୍ନରୁ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ୧୦୬ ଓ କଟକ ଜିଲ୍ଲା କଣ୍ଟାପଡ଼ାରେ ୧୦୧ ମିମି ବର୍ଷା […]
୨୪ ଘଣ୍ଟା ଛେଚିଲା ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial