ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ରୁଷ୍‌

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ରୁଷ୍‌

ନୂଆଦିଲ୍ଲୀ: ବୈଶ୍ଵିକ ଓ ଆଞ୍ଚଳିକ ସମସ୍ୟା ନିଜସ୍ୱ ଆଭିମୁଖ୍ୟ ଉପସ୍ଥାପନ କରି ଭାରତ ପରିଷଦ୍‌କୁ ସମୃଦ୍ଧ କରିଛି ଦର୍ଶାଇ ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ରୁଷ୍‌ ସମର୍ଥନ କରିଛି। ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି, ମୋର ମନେହୁଏ, ସମ୍ପ୍ରତି ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ସମ୍ଭବତଃ ଭାରତ ସବୁଠୁ ଅଗ୍ରଣୀ। ଅବିଳମ୍ବେ ଯେକୌଣସି ଦେଶ ଅପେକ୍ଷା ତା’ର ଜନସଂଖ୍ୟା ସବୁଠୁ ଅଧିକ ହୋଇଯିବ। ଭାରତର ଅନେକ ପ୍ରକାରର ସମସ୍ୟାର ସମାଧାନ କରିବାର କୂଟନୈତିକ ଅଭିଜ୍ଞତା ଥିବା ସହିତ ନିଜ ଅଞ୍ଚଳରେ କର୍ତ୍ତୃତ୍ୱ ଏବଂ ଖ୍ୟାତି ରହିଛି। ଡିସେମ୍ବର ୭ ତାରିଖ ଦିନ ମସ୍କୋସ୍ଥିତ ‘ପ୍ରିମାକୋଭ୍‌ ରିଡିଙ୍ଗ୍‌ସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫୋରମ୍‌’ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲାଭ୍‌ରୋଭ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ ମଧ୍ୟରେ ଦକ୍ଷିଣ ଏସିଆରେ ଥିବା ‘ଇଣ୍ଟିଗ୍ରେସନ୍‌ ଷ୍ଟ୍ରକ୍‌ଚର୍‌’ରେ ଭାରତ ହେଉଛି ଗୋଟାଏ ଅଂଶ। ଜାତିସଂଘରେ ବି ଭାରତ ସକ୍ରିୟ ଭୂମିକା ଗ୍ରହଣ କରିଛି। ‘ମଲ୍‌ଟି ପୋଲାର୍‌ ୱାର୍ଲଡ୍‌’ ଗଠନ କରିବାରେ ଭାରତ କର୍ଣ୍ଣଧାର ଏବଂ ଏକ ପ୍ରମୁଖ ଦେଶ ମଧ୍ୟ। ଆଗରୁ ସେପ୍ଟେମ୍ବର ମାସରେ ଜାତିସଂଘ ସୁରକ୍ଷା ପରିଷଦ୍‌ର ୭୭ତମ ବୈଠକରେ ଉଦ୍‌ବୋଧନ ଦେବା ବେଳେ ଲାଭାରୋଭ୍‌ କହିଥିଲେ ଯେ, ଆଫ୍ରିକା, ଏସିଆ ଏବଂ ଲାଟିନ୍‌ ଆମେରିକୀୟ ରାଷ୍ଟ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଗଲେ ନିରାପତ୍ତା ପରିଷଦ୍‌ ଆହୁରି ଗଣତାନ୍ତ୍ରିକ ହେବ।

Share Now:

Kalinga News Beuro

Next Post

ଦୁର୍ଘଟଣା ଘଟାଇ ଫସିଲା ହାଇପ୍ରୋଫାଇଲ ଠକ : ଗାଡ଼ି ବେପାର ନାଁରେ କୋଟିଏ ଚଳୁ

Mon Dec 12 , 2022
ବାଲିପାଟଣା: କାର୍‌ ଦୁର୍ଘଟଣା ଓ ଝଗଡ଼ା କରି ଫସିଛି ହାଇପ୍ରୋଫାଇଲ ଠକ। ସେ ହେଲା ବାଲିପାଟଣା ଭଇରପୁର ଗ୍ରାମର ନିରଞ୍ଜନ ନାୟକ। ପୁଲିସ ତାକୁ ଥାନାକୁ ଆଣି ତଦନ୍ତ କରିବା ପରେ ସେ ଜଣେ ହାଇପ୍ରୋଫାଇଲ ଠକ ବୋଲି ଜାଣିବାକୁ ପାଇଛି। ରାଜଧାନୀରେ ଅଫିସ ଖୋଲି ନିରଞ୍ଜନ ବହୁ ବଡ଼ବଡ଼ିଆ ଏବଂ ଗାଡ଼ି ମାଲିକଙ୍କୁ ନିଜ ଜାଲରେ ଫସାଇ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିଥିବା ଜଣାପଡ଼ିଛି। ଧୂର୍ତ୍ତ ନିରଞ୍ଜନ ଧରାପଡ଼ିବା […]
ଦୁର୍ଘଟଣା ଘଟାଇ ଫସିଲା ହାଇପ୍ରୋଫାଇଲ ଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial