ଏୟାର ଇଣ୍ଡିଆ ଉପ‌ରେ ୧.୧୦ କୋଟି ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ଭାରତର ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ (ଡିଜିସିଏ) ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସୁରକ୍ଷା ରିପୋର୍ଟ ପ୍ରଦାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିମାନ ନିୟାମକ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିସିଏ ରିପୋର୍ଟ ପାଇବା ପରେ ଏହାକୁ ନେଇ ଜେର୍‌‌ସୋର୍‌ରେ ତଦନ୍ତ କରିଥିଲା। କେବଳ ସେତିକି ନୁହେଁ, ବିମାନ ନିୟାମକ ଏୟାର ଇଣ୍ଡିଆ ଲିମିଟେଡର ଆକାଉଣ୍ଟେବଲ୍ ମ୍ୟାନେଜରଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍‌ ବି ଜାରି କରିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଖୋଲିଲା ମିନି ପାଣିପାଗ କେନ୍ଦ୍ର

Wed Jan 24 , 2024
ଭୁବନେଶ୍ୱର: ରାଜଧାନୀରେ ଏକ ମିନି ୱେଦର ଷ୍ଟେସନ ଖୋଲିଛି। ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି। ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ। ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ।ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍ […]

ଆହୁରି ପଢ଼ନ୍ତୁ