ରାଜଧାନୀରେ ଖୋଲିଲା ମିନି ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ଏକ ମିନି ୱେଦର ଷ୍ଟେସନ ଖୋଲିଛି। ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି। ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ। ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ।
ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍ ଟ୍ରାନ୍ସମିସନ ସୁବିଧା ରହିଛି। ଏହାର ଉଦଘାଟନ ଅବସରରେ ଆମେରିକାର କନସୁଲେଟ ଜେନେରାଲ ନିଲ କାଦର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁୁମୁଗମଙ୍କ ସହ ବହୁ ବିଶେଷଜ୍ଞ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Share Now:

Kalinga News Beuro

Next Post

"ଶଙ୍ଖ" ଛାଡି "ହାତ" ଧରିଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ

Wed Jan 24 , 2024
ଭବାନୀପାଟଣା: ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଛନ୍ତି। ଏଥିଲାଗି ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial