ଗରମ ଦିନରେ ପିଅନ୍ତୁ ନଡ଼ିଆ ପାଣି, ମିଳିବ ଏସବୁ ଫାଇଦା

ନଡିଆ ପାଣି ସ୍ୱାସ୍ଥ୍ୟ ଲାଗି ଭାରି ଉପକାରୀ। ଏଥିରେ ଖଣିଜ ଲବଣ ଭରପୂର ମାତ୍ରାରେ ରହିଛି। ନିୟମିତ ନଡିଆ ପାଣି ପିଇବା ଦ୍ୱାରା ଅନେକ ରୋଗକୁ ଦୂର କରାଯାଇପାରିବ।ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ବଢାଇଥାଏ। ତେବେ ଆସନ୍ତୁ ଜାଣିବା ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ।

୧.ନିୟମିତ ନଡ଼ିଆ ପାଣି ପିଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହେ।
୨.ଏହାର ପାଣି ନିୟମିତ ସେବନ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
୩.ନଡିଆ ପାଣି ପିଇବା ଦ୍ୱାରା ଥାଏରଏଡ ହର୍ମୋନରେ ସନ୍ତୁଳନ ରୁହେ।
୪.ଏଥିରେ କ୍ୟାଲୋରୀ ଓ ଫ୍ୟାଟ୍‌ କମ୍‌ ରହିଛି। ତେଣୁ ନଡ଼ିଆ ପାଣି ପିଇବା ଦ୍ୱାରା ଭୋକ କମ୍‌ ଲାଗେ । ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ଏହାକୁ ପିଅନ୍ତୁ।
୫.ନଡ଼ିଆ ପାଣି ତୃଚାକୁ ମସୃଣ ରଖିବ ସହ ଉଜ୍ଜଳ ରଖିବାରେ ସାହାଯ୍ୟ କରେ।

Share Now:

Kalinga News Beuro

Leave a Reply

Next Post

ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ବିଜୟୀ

Sun Apr 8 , 2018
ମୁମ୍ବାଇ: ଡ୍ଵାନ୍‌ ବ୍ରାଭୋଙ୍କ ବିସ୍ଫୋରକ (୬୮, ୩୦ ବଲ) ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହ ଏକାଦଶ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଧମାକାଦାର ବିଜୟ ସହିତ ଦୁଇ ବର୍ଷ ପରେ ଆଇପିଏଲ୍‌କୁ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଟସ୍‌ ହାରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial