ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ:ଜିତେନ୍ଦ୍ର ଇନ,ହରି ଆଉଟ

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ଦାବିକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟ କଂଗ୍ରେସର ସ୍ଥିତି ଆକଳନ କରିବା ପାଇଁ ରାହୁଲ ଗାନ୍ଧୀ ତିନିଜଣିଆ ପର୍ଯ୍ୟବେକ୍ଷକ ଦଳଙ୍କୁ ପଠାଇଥିଲେ। ସେହି ଦଳରେ ଜିତେନ୍ଦ୍ର ସିଂହ ଥାଇ ହାଇକମାଣ୍ଡଙ୍କୁ ରାଜ୍ୟ କଂଗ୍ରେସର ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ। ଓଡ଼ିଶା କଂଗ୍ରେସର ପ୍ରଭାରୀ ଭାବେ ବି.କେ.ହରିପ୍ରସାଦଙ୍କୁ ୨୦୧୩ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ଦିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପାଠ ମହଙ୍ଗା:ଶିକ୍ଷା ବିଭାଗ ଧୃତରାଷ୍ଟ୍ର

Sat Mar 31 , 2018
ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିରେ ଖୋଲିଚାଲିଛି ଘରୋଇ ସ୍କୁଲ। ବିଶାଳ କୋଠା ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରିରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପ୍ରାଥମିକ ଶିକ୍ଷା। ଏଥିପାଇଁ ଅଭିଭାବକଙ୍କଠାରୁ ପ୍ରଚୁର ଟଙ୍କା ବି ନିଆଯାଉଛି। ଏଲ୍‌କେଜିଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ପ୍ରତିବର୍ଷ ମନଇଚ୍ଛା ଫି’ ବୃଦ୍ଧି କରି ଚାଲିଥିବା ବେଳେ ଲଗାମ ଲଗାଇବାକୁ କେହି ନାହିଁ। ଗଣଶିକ୍ଷା […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial