‘ବାହନ’ ଦେଉଛି ଗାଡ଼ି ସଂପର୍କରେ ସମସ୍ତ ସୂଚନା, ଏସ୍‌ଏମ୍‌ଏସ୍‌ କରନ୍ତୁ, ଗାଡ଼ି ସଂପର୍କରେ ଜାଣନ୍ତୁ

ଭୁବନେଶ୍ୱର : ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‘ବାହନ’ ସେବା ଉପଲବ୍ଧ ହେଉଛି। ଏଥିରେ ଜଣେ ନିଜ ଗାଡ଼ି ସଂପର୍କରେ ସମସ୍ତ ସୂଚନା ଏସ୍‌ଏମ୍‌ଏସ୍‌ ଜରିଆରେ ପାଇପାରିବ। ଗୋଟିଏ ମେସେଜ୍ ଜରିଆରେ ଗାଡ଼ିର ମାଲିକ ସହିତ ଆରଟିଓ ରେଜିଷ୍ଟ୍ରେସନ୍‌ ନମ୍ବର, ଗାଡ଼ି ମଡେଲ, ଆରସି ବୁକ୍, ଇନସ୍ୟୁରାନ୍‌ସ ସଂପର୍କରେ ସୂଚନା ମିଳି ପାରୁଛି।
ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ନିଜ ମୋବାଇଲରେ ଇଂରାଜୀରେ ବଡ଼ ଅକ୍ଷରରେVAHAN ଲେଖିବା ପରେ ସ୍ପେସ୍ ଦେଇ ବଡ଼ ଅକ୍ଷରରେ ଗାଡ଼ିର ନମ୍ବର ଲେଖିବାକୁ ହେବ। ପରେ ଏହାକୁ ୭୭୩୮୨୯୯୮୯୯କୁ ଏସ୍‌ଏମ୍‌ଏସ୍‌ କଲେ ସଙ୍ଗେ ସଙ୍ଗେ ସଂପୃକ୍ତ ବ୍ୟକ୍ତି ଗାଡ଼ି ସଂପର୍କରେ ସମସ୍ତ ସୂଚନା ପାଇପାରିବେ। ଏହାସହ PARIVAHAN.gov.in ୱେବସାଇଟ୍‌କୁ ଯାଇ ମଧ୍ୟ ଜଣେ ବ୍ୟକ୍ତି ଗାଡ଼ି ସଂପର୍କରେ ସୂଚନା ପାଇପାରିବ।

Share Now:

Kalinga News Beuro

Leave a Reply

Next Post

ନିର୍ଦ୍ଧାରିତ ତିଥି ବ୍ୟତିରେକେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ନ କରିବାକୁ ଗଜପତି ଦିବ୍ୟସିଂହ ଦେବଙ୍କ ପରାମର୍ଶ

Tue Sep 10 , 2019
ପୁରୀ: ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଗଜପତି ଦିବ୍ୟସିଂହ ଦେବ ଆହ୍ୱାନ କରିଛନ୍ତି। ପବିତ୍ର ସୁନିଆଁ ଅବସରରେ ଏକ ବାର୍ତ୍ତା ଜରିଆରେ ଏହି ଆହ୍ୱାନ କରିଛନ୍ତି ଗଜପତି ମହାରାଜା। ସେ ଏହି ବାର୍ତ୍ତାରେ ‌କହିଛନ୍ତି କି ପବିତ୍ର ଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଓ ପ୍ରତିବର୍ଷ ଆଷାଢ ଶୁକ୍ଳ ପକ୍ଷ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ । ରଥଯାତ୍ରା ପରେ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି ଶ୍ରୀବିଗ୍ରହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial