ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।୧୯, ୬୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ। ଏହାପରେ ୩ଟା ୩୦ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦୀ ଗ୍ୟାରେଣ୍ଟି’ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ଏଥିରେ ବିଜେପିର ସମସ୍ତ ସାଂସଦ, ବିଧାୟକ ଓ ପଦାଧିକାରୀମାନେ ଯୋଗଦେଇଛନ୍ତି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତକୁ ନଜରରେ ରଖି ଭୁବନେଶ୍ୱରରୁ ଚଣ୍ଡିଖୋଲ ‌ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୦ଜଣ ଏସିପି, ୧୯ଜଣ ଇନ୍ସପେକ୍ଟର, ୬୯ ଅଫିସର ଏବଂ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଏହାବ୍ୟତୀତ ଗୋଟିଏ ୟୁନିଟ୍ ଏସଟିଓ ଓ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

Share Now:

Kalinga News Beuro

Next Post

ରେଳବାଇର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ

Tue Mar 5 , 2024
ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଲୱେ ଷ୍ଟେସନ୍ ରାସ୍ତା ପାଇଁ ଆଜି ରାତିଅଧିଆ କାମ ଚାଲିଥିଲା ବେଳେ ସ୍ଥାନୀୟ ରଙ୍ଗମାଟିଆ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ରେଲୱେ ଠିକାଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମ୍ୟ ରାସ୍ତାକୁ ଖୋଳି ଏକ ଡ୍ରେନ୍ ତିଆରି କରୁଥିଲା ବେଳେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି। ରଙ୍ଗମାଟିଆ ଗ୍ରାମ୍ୟ କମିଟି ସଭାପତି ଯୋଗେନ୍ଦ୍ର ମହାରଣା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial