ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀ ଆକ୍ରମଣ, ୩ ସିଆରପିଏଫ ଯବାନ ସହିଦ, ୭ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ହନ୍ଦଓ୍ୱାଡ଼ାରେ ଆଜି ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। କଶ୍ମୀର ଘାଟିର କୁପଓ୍ୱାଡ଼ା ଜିଲ୍ଲା ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀଙ୍କ ଆକ୍ରମଣରେ ତିନିଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ଆଉ ୭ ଯବାନ ଆହତ ହୋଇଛନ୍ତି। ତେବେ ସୁରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ହନ୍ଦଓ୍ୱାଡ଼ାର କାଜିବାଦ ଅଞ୍ଚଳରେ ଯାଉଥିବା ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ସିଆରପିଏଫ ପକ୍ଷରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା। କିନ୍ତୁ ଏହି ଗୁଳିବିନିମୟରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସର୍ବଶେଷ ଖବର ପର୍ଯ୍ୟନ୍ତ ଏହି ଏନକାଉଣ୍ଟର ଜାରି ରହିଛି। ସୁରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଏହି ଆକ୍ରମଣରେ ଆଉ କିଛି ଆତଙ୍କବାଦୀ ସଂପ୍‌କ୍ତ ଥିବା ଜଣାଯାଇଛି। ଆଉ ଏକ ଘଟଣାକ୍ରମରେ ଶ୍ରୀନଗର ନିକଟସ୍ଥ ଓ୍ୱାଗୁରା ନାଉଗାମ ଅଞ୍ଚଳରେ ସିଆଇଏସଏଫ ପାଟ୍ରୋଲ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଜଣେ ସିଆଇଏସଏଫ ଯବାନ ଆହତ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୨୮୩୬କୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୧୩୮୯

Mon May 4 , 2020
ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୩୬ ରେ ପହଞ୍ଚିଛି। ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୮୯ ରହିଛି। ତେବେ ଦେଶରେ ଏପର୍ଯ୍ୟନ୍ତ ୧୧୭୬୧ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସଂଧ୍ୟାରେ ଜାରି ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୭୪ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial